Videos
|
Odisha

ଦୀପାଲିଙ୍କ ପରେ ଏବେ ଚର୍ଚ୍ଚାରେ ଲତିକା

Smruti Parija
Browse all articles by Smruti Parija
·2 years ago·2 min read
ଦୀପାଲିଙ୍କ ପରେ ଏବେ ଚର୍ଚ୍ଚାରେ ଲତିକା

Key Points

  • ଭରା ସଭାରେ ଲତିକାଙ୍କ ଏ କେମିତି ଭାଷଣ ?
  • ଇନ୍ଦ୍ର ଚନ୍ଦ୍ର ମାନୁନହାନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ
  • ବିରୋଧୀଙ୍କୁ ଦେଖାଉଛନ୍ତି ନାଲିଆଖି, ଆଉ ଦେଖାଉଛନ୍ତି କ୍ଷମତାର ବହପ 
  • ବେଙ୍ଗଲର ବାମପନ୍ଥୀ ପରି ବିଜେଡି ନେଉଛି କି ଆଭିମୁଖ୍ୟ ?
  • ଏ କଣ ନମ୍ର ଓ ଭଦ୍ର ଆଭିମୁଖ୍ୟ ?
  • ଦୀପାଲିଙ୍କ ପରେ ଏବେ ଚର୍ଚ୍ଚାରେ ଲତିକା

ଅର୍ଗସ ବ୍ୟୁରୋ: ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସମୟରେ ଏମିତି ଭାଷଣ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଲତିକା । ଆଉ ଲତିକାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ପଟେ ବିଜେଡି ଦଳର ମୁଖିଆ ଖୋଦ୍ ନବୀନ ପଟ୍ଟନାୟକ ଭଦ୍ର ହୁଅ, ନମ୍ର ହୁଅ କଥା କହୁଥିବା ବେଳେ ତାଙ୍କ ଦଳର ବିଧାୟିକା କେମିତି ଭାଷଣ ଦେଉଛନ୍ତି । 

ଏ ତ ଦେଖିଲେ ବିଧାୟିକା ଲତିକା ପ୍ରଧାନଙ୍କ କାରନାମା । ଝାରସୁଗୁଡା ବିଧାୟିକା ଦୀପାଲି ଦାସଙ୍କ ଅହଙ୍କାର କଥା । କିରିମିରା ବ୍ଲକ , ଝାରମୁଣ୍ଡା ପଞ୍ଚାୟତ ମାଳିବେଉଁରା ଅଞ୍ଚଳରେ ନିର୍ବାଚନ ପ୍ରଚାରକୁ ଯାଇଥିବାବେଳେ ଲୋକଙ୍କୁ ଧମକାଉଛନ୍ତି ବିଧାୟିକା ଦୀପାଲି ଦାସ । ଆଉ ଦେଖାଉଛନ୍ତି ନାଲିଆଖି  ।

ଏଠି ବିଜେଡିର ବିଧାୟିକା ପ୍ରାର୍ଥୀ ତଥା ଝାରସୁଗୁଡା ବିଧାୟିକା ଦୀପାଲି ଦାସଙ୍କୁ ଘେରିଛନ୍ତି ଲୋକେ । କେବଳ ଲୋକେ ଘେରିନାହାନ୍ତି ବରଂ ପ୍ରଶ୍ନବାଣରେ ଘାଇଲା କରିଦେଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କାହିଁକି ସେମାନେ ମୌଳିକ ସେବାପାଇବାରୁ ବଞ୍ଚିତ ହୋଇଛନ୍ତି । ସେପଟେ ଦୀପାଲିଙ୍କ ଏପରି ବ୍ୟବହାରକୁ ନେଇ ବିରୋଧୀ ସମାଲୋଚନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେଙ୍ଗଲର ବାମପନ୍ଥୀ ସରକାର ଦୀର୍ଘଦିନ ଧରି କ୍ଷମତାରେ ରହିବା ପରେ ସାଧାରଣ ଲୋକମାନଙ୍କ ପ୍ରତି ଯେପରି ଆଭିମୁଖ୍ୟ ପୋଷଣ କରୁଥିଲେ ଠିକ୍ ସେହିପରି ଆଭିମୁଖ୍ୟ ନେଇ ବିଜେଡି ଚାଲୁଥିବାର କଥା ଏବେ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

 

Sponsored
kabisuryanagar-mla-candidate-latika-pradhan-controversy | Argus News