Videos
|
Odisha

୩୦ ରୁ ୪୦ କିମି ବେଗରେ ବହିପାରେ ପବନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
୩୦ ରୁ ୪୦ କିମି ବେଗରେ ବହିପାରେ ପବନ

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା। ବିଭିନ୍ନ ସ୍ଥାନରେ କୁଆ ପଥର ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜିଠାରୁ ପାଗରେ ହୋଇପାରେ ପରିବର୍ତ୍ତନ। କାଳ ବୈଶାଖୀ ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ। ଘଡଘଡି ଓ ବିଜୁଳିର ଆଶଙ୍କା ରହିଛି। ଆଜି ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭବାନା ରହିଛି। କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ, ଦେବଗଡ଼, ନବରଙ୍ଗପୁର, ନୂଆପଡା ଜିଲ୍ଲାରେ କାଳେବୈଶାଖୀ ହେବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗରି, ଗଜପତି ବାଲେଶ୍ବର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।


ସେହିଭଳି ୪ ତାରିଖ ପାଇଁ ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,ମୟୂରଭଞ୍ଜ, ସୋନପୁର, ବୌଦ୍ଧ,ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ,ନବରଙ୍ଗପୁର, ରାୟଗଡା, କୋରାପୁଟ,ମାଲକାନଗିରି, ଗଜପତି, ବାଲେଶ୍ବରର ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡିକର ଗୋଟିଏ କି ଦୁଇଟି ସ୍ଥାନରେ ଘଡ଼ଘଡି ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ ପର୍ଯ୍ୟନ୍ତ ପହଞ୍ଚିପାରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୫ ତାରିଖ ପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, ଢେଙ୍କାନାଳ ଆଦି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ଏଠାରେ ମଧ୍ୟ ଘଡଘଡି ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।


ସେହିଭଳି ୬ ତାରିଖ ବେଳକୁ ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ, ଗଜପତି, ରାୟଗଡ଼ା,କୋରାପୁଟ, ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।


୭ ଓ ୮ ତାରିଖ ବେଳକୁ କଲବଲ କରିବ ତାତି। ସ୍ବାଭାବିକ ଠାରୁ ପ୍ରତିଦିନ ଜୁନ ଯାଏଁ ବଢିଚାଲିବ ତାପମାତ୍ରା। ଏମିତି କି ୧୦ ତାରିଖ ବେଳକୁ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିପାରେ। ଉପକୂଳ, ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ଅଧିକ ରହିବ।