Videos
|
Odisha

ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ, କାଲି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ, କାଲି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୭ ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି । ଗୋଟିଏ ସିକିମ୍ ରୁ ଉତ୍ତର ଓଡ଼ିଶା ଯାଏଁ ଲମ୍ବିଛି ଓ ଅନ୍ୟଟି ପୂର୍ବ ମଧ୍ୟ ପ୍ରଦେଶରୁ ଗାଙ୍ଗେଟିକ ୱେଷ୍ଟ ବେଙ୍ଗଲ ଯାଏଁ ଲମ୍ବିଛି। ଯାହାର ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ୬ ଜିଲ୍ଲାକୁ ବାଦ୍‌ ଦେଲେ ସାରା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।


ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ୪୦ ରୁ ୫୦ କିମି ବେଗରେ ଝଡ଼ ପବନ ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାରେ ଝଡ଼ ପବନ ଓ ହାଲୁକା ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ମଧ୍ୟ ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ରହିବ କାଳବୈଶାଖୀ ବର୍ଷାର ପ୍ରଭାବ। କଳାହାଣ୍ଡି ,ବଲାଙ୍ଗୀର, ନୂଆପଡା ବୌଦ୍ଧ କନ୍ଧମାଳ ସୋନପୁର ବରଗଡ଼ ସମ୍ବଲପୁର ଅନୁଗୁଳ ଢେଙ୍କାନାଳ ଦେଓଗଡ ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୩ ଜିଲ୍ଲା ସହ ଅନ୍ୟ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୫ ଦିନ ଭିତରେ ତାପମାତ୍ରାର ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kalabaisakhi impact across the state, yellow warning issued for 13 districts tomorrow | Argus News