Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟରେ ଆହୁରି ୩ ଦିନ କାଳବୈଶାଖୀ ବର୍ଷା

Odisha

ରାଜ୍ୟରେ ଆହୁରି ୩ ଦିନ କାଳବୈଶାଖୀ ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଆହୁରି ୩ ଦିନ କାଳବୈଶାଖୀ ବର୍ଷା

ରାଜ୍ୟରେ ଆହୁରି ୩ ଦିନ କାଳବୈଶାଖୀ ବର୍ଷା । ୨୪ ତାରିଖ ପରେ ପାଗରେ ହେବ ପରିବର୍ତ୍ତନ । ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନଚାପ ରେଖା ସକ୍ରିୟ ରହିଛି। ଯାହା ପ୍ରଭାବରେ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମୟୁରଭଞ୍ଜ, ବାଲେଶ୍ୱର, କେଉଁଝର,ଗଞ୍ଜାମ, ଗଜପତି , ନବରଙ୍ଗପୁର କୋରାପୁଟ, ରାୟଗଡ଼ା ଓ ମାଲକାନଗିରିର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବର୍ଷା ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।


ଏଥିସହ ୧୦ ଜିଲ୍ଲା ଅର୍ଥାତ୍ ସୁନ୍ଦରଗଡ଼,ଅନୁଗୁଳ, ଯାଜପୁର,ଢେଙ୍କାନାଳ,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର,ନୂଆପଡ଼ା,କଳାହାଣ୍ଡି,କନ୍ଧମାଳ ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବାରୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସକାଳୁ ସକାଳୁ ରାଜ୍ୟରେ କୋହଲା ପାଗ ହୋଇଥିବା ଦେଖିବାକୁ ମିଳିଛି। କାଳବୈଶାଖୀ କାରଣରୁ ରାଜ୍ୟରେ ବର୍ଷା ଜାରି ରହିଛି। କୁହାଯାଉଛି କି ରାଜ୍ୟରେ ବର୍ଷା ପରେ ପୁଣି ଥରେ ଗ୍ରୀଷ୍ମର ପ୍ରଭାବ ଜାରି ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalabaisakhi-rain-to-continue-for-another-3-days-in-the-state | Argus News