Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆହୁରି ୪ଦିନ ତାଣ୍ଡବ ରଚିବ କାଳବୈଶାଖୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆହୁରି ୪ଦିନ ତାଣ୍ଡବ ରଚିବ କାଳବୈଶାଖୀ

Key Points

ଆହୁରି ୪ଦିନ ତାଣ୍ଡବ ରଚିବ କାଳବୈଶାଖୀ
ପ୍ରବଳ ବର୍ଷା ସହ ଲାଗି ରହିବ ବିଜୁଳି ଓ ଘଡଘଡି
ଆସନ୍ତା ୪ ତାରିଖ ପରେ ପାଗରେ ଆସିବ ପରିବର୍ତ୍ତନ
୨ରୁ ୪ ଡିଗ୍ରୀ ଯାଏ ବଢିବ ଦିନର ତାପମାତ୍ରା

କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ସ୍ଵଭାବିକ ଠାରୁ କମ୍ ରହିଛି ଦିନର ତାପମାତ୍ରା। ଆଗାମୀ ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କାଁ ଭାଁ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ଘଡଘଡି ହେବା ସାଙ୍ଗକୁ ୫୦ରୁ ୬୦କିମି ଯାଏ ଝଟକା ପବନ ବହିବାର ସମ୍ଭାବନା ରହିଛି।

ଏନେଇ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ଗଞ୍ଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଯାଜପୁର, କେନ୍ଦ୍ରାପଡ଼ା,ପୁରୀ, କଟକ ସମେତ ୨୨ଟି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ଏବଂ ୪୦ରୁ ୫୦ କିମି ବେଗରେ ପବନ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୭ଟି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ନେଇ ସତର୍କତା ଜାରି କରାଯାଇଛି।

୪ଦିନ ପରେ ରାଜ୍ୟକୁ ଫେରିବ ତାତି, ଅସହ୍ୟ ଗ୍ରୀଷ୍ମ ପ୍ରବାହ ପୁଣି କରିବ କଲବଲ। ଆସନ୍ତା ୪ତାରିଖ ପରେ ଦିନର ତାପମାତ୍ରାରେ ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ପୁଣିଥରେ ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରକୁ ପହଁଚିବ ବୋଲି ପାଣିପାଗ ବିଜ୍ଞାନୀ ମାନେ ଆକଳନ କରିଛନ୍ତି।...

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ମାଲକାନଗିରିରେ ସର୍ବାଧିକ ୨୨ ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବାଧିକ ୩୭.୦୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalabaisakhi-to-create-havoc-for-another-4-days | Argus News