Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୮ ତାରିଖ ପରେ ପୁଣି ଫେରିବ ତାତି !

Rashmita Mishra
Browse all articles by Rashmita Mishra
·1 year ago·1 min read
୮ ତାରିଖ ପରେ ପୁଣି ଫେରିବ ତାତି !

Key Points

ଦିନରେ ଭାଜୁଛି ରାତିରେ ଭିଜାଉଛି
ଆହୁରି ୨ ଦିନ ଯାଏ ରହିବ କାଳବୈଶାଖୀ
୮ ତାରିଖ ପରେ ପୁଣି ଫେରିବ ତାତି !

ଦିନରେ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ, ରାତିରେ କାଳବୈଶାଖି ବର୍ଷା । ରାଜ୍ୟରେ ୮ ତାରିଖ ପର୍ଯ୍ୟନ୍ତ ବର୍ଷିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟ ପଟେ କିଛି ଦିନ କାଳବୈଶାଖିର ପ୍ରଭାବ ଫଳରେ ତାତିରୁ ନିସ୍ତାର ମିଳୁଥିବା ବେଳେ ପୁଣି ରାଜ୍ୟକୁ ଫେରିବ ତାତି । ୮ ତାରିଖ ପରେ ତାତି ଫେରିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ସେପଟେ କିଛି ହେବ ଟ୍ବିନି ସିଟି ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଲୁଛି । ଆହୁରି ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ ନେଇ ସୂତନା ମିଳିଛି ।

ଅନ୍ୟପଟେ ନୂଆପଡ଼ା, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲାକନଗିରି, ନବରଙ୍ଗପୁର ଆଦି ଜିଲା ମାନଙ୍କ ର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି l ବର୍ଷା ସାଙ୍ଗକୁ ହାଲକା ପବନ ଓ ଘଡଘଡିର ମଧ୍ୟ ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ କନ୍ଧମାଳର ଦାରିଙ୍ଗବାଡ଼ି ଅଞ୍ଚଳରେ ସର୍ବାଧିକ 38 ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ ରେ 39.5 ଡିଗ୍ରୀ ତାପମାତ୍ରା ରେକଡ଼ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalabaisakhi-will-continue-for-2-more-days | Argus News