Earthquake / ସନ୍ଧ୍ୟାରେ ଭୂମିକମ୍ପରେ ଥରିଲା କଳାହାଣ୍ଡି; ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୧
·1 hour ago·2 min read

Key Points
ସନ୍ଧ୍ୟାରେ ଥରିଲା କଳାହାଣ୍ଡି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି ।
ଭବାନୀପାଟଣା (କଳାହାଣ୍ଡି): ଗ୍ରୀଷ୍ମ ପ୍ରବାହ ଭିତରେ ଭୂମିକମ୍ପ । ସନ୍ଧ୍ୟାରେ ଥରିଲା କଳାହାଣ୍ଡି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି ।
ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଛି । ସନ୍ଧ୍ୟା ପ୍ରାୟ ୭ଟା ୪୨ ମିନିଟ୍ ସମୟରେ ହଠାତ୍ ଭୂମି ଥରିବାରେ ଲାଗିଥିଲା ।
ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ଭୂମିକମ୍ପର କେନ୍ଦ୍ର ବିନ୍ କଳାହାଣ୍ଡି ଜିଲ୍ଲାରେ ରହିଥିବା ବେଳେ ଭୂପୃଷ୍ଠରୁ ଏହାର ଗଭୀରତା ପ୍ରାୟ ୨୪ କିଲୋମିଟର ଥିଲା ।
ଭୂମିକମ୍ପର ସ୍ଥିତି
୨୯ ଅପ୍ରେଲ ୨୦୨୬
ସମୟ: ସନ୍ଧ୍ୟା ୭:୪୨ (IST)
ତୀବ୍ରତା (Magnitude): ୪.୧ (ରିକ୍ଟର ସ୍କେଲ୍)
କେନ୍ଦ୍ରବିନ୍ଦୁ (Epicenter): କଳାହାଣ୍ଡି, ଓଡ଼ିଶା
ଭୂପୃଷ୍ଠରୁ ଗଭୀରତା: ୨୪ କିଲୋମିଟର
ଅବସ୍ଥିତି: 19.729 N (ଅକ୍ଷାଂଶ), 82.599 E (ଦ୍ରାଘିମା)
କଳାହାଣ୍ଡି ଜିଲ୍ଳାର ଧର୍ମଗଡ, ଜୁନାଗଡ଼, କୋକସରା, ଗୋଲାମୁଣ୍ଡା, ଜୟପାଟଣା ସମେତ ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ୪ ସେକେଣ୍ଡ ଧରି ଅନୁଭୂତ ହୋଇଛି ।
କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ ?
ପୃଥିବୀ ପୃଷ୍ଠରେ ରହିଥିବା ସାତଟି ଟେକଟୋନିକେ୍ ପ୍ଲେଟ୍ (Tectonic Plates of Earth) ସବୁବେଳେ ଗତିଶୀଳ ଅବସ୍ଥାରେ ରହିଥାଏ । ଯେଉଁଠିରେ ଏହି ପ୍ଲେଟ ପରସ୍ପର ସହ ଧକ୍କା ହୋଇଥାନ୍ତି, ସେତେବେଳେ ଏହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ ।
ବାରମ୍ବାର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ । ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ । ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ । ଯାହା ପରେ ଭୂମିକମ୍ପ ରୂପରେ ବାହାରକୁ ଆସିଥାଏ ।

#BreakingNews I A 4.1 magnitude earthquake strikes many parts in #Kalahandi, #Odisha, according to the National Center for Seismology.
— Argus News (@ArgusNews_in) April 29, 2026
(Image credit: NCS) pic.twitter.com/MHaWUoWYyM
ଭୂମିକମ୍ପର ସ୍ଥିତି
୨୯ ଅପ୍ରେଲ ୨୦୨୬
ସମୟ: ସନ୍ଧ୍ୟା ୭:୪୨ (IST)
ତୀବ୍ରତା (Magnitude): ୪.୧ (ରିକ୍ଟର ସ୍କେଲ୍)
କେନ୍ଦ୍ରବିନ୍ଦୁ (Epicenter): କଳାହାଣ୍ଡି, ଓଡ଼ିଶା
ଭୂପୃଷ୍ଠରୁ ଗଭୀରତା: ୨୪ କିଲୋମିଟର
ଅବସ୍ଥିତି: 19.729 N (ଅକ୍ଷାଂଶ), 82.599 E (ଦ୍ରାଘିମା)
କଳାହାଣ୍ଡି ଜିଲ୍ଳାର ଧର୍ମଗଡ, ଜୁନାଗଡ଼, କୋକସରା, ଗୋଲାମୁଣ୍ଡା, ଜୟପାଟଣା ସମେତ ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ୪ ସେକେଣ୍ଡ ଧରି ଅନୁଭୂତ ହୋଇଛି ।
କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ ?
ପୃଥିବୀ ପୃଷ୍ଠରେ ରହିଥିବା ସାତଟି ଟେକଟୋନିକେ୍ ପ୍ଲେଟ୍ (Tectonic Plates of Earth) ସବୁବେଳେ ଗତିଶୀଳ ଅବସ୍ଥାରେ ରହିଥାଏ । ଯେଉଁଠିରେ ଏହି ପ୍ଲେଟ ପରସ୍ପର ସହ ଧକ୍କା ହୋଇଥାନ୍ତି, ସେତେବେଳେ ଏହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ ।
ବାରମ୍ବାର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ । ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ । ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ । ଯାହା ପରେ ଭୂମିକମ୍ପ ରୂପରେ ବାହାରକୁ ଆସିଥାଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories