Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Agriculture / ଟମୋଟୋ, କଲରା ଚାଷ କରି ବାର୍ଷିକ ଆୟ କରୁଛନ୍ତି 1.5 କୋଟି

Smruti Parija
Browse all articles by Smruti Parija
·9 months ago·2 min read
ଟମୋଟୋ, କଲରା ଚାଷ କରି ବାର୍ଷିକ ଆୟ କରୁଛନ୍ତି 1.5 କୋଟି

Key Points

କୃଷି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି କଳାହାଣ୍ଡି

200 କୃଷକ 200 ଏକ ଜାଗାରେ ଟମାଟୋ ଓ କଲରା ଚାଷ କରି

ବାର୍ଷିକ ଆୟ ଦେଢ କୋଟି ଟଙ୍କା

କୃଷି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି କଳାହାଣ୍ଡି । କିଛି ବର୍ଷ ପୂର୍ବେ, ପଶ୍ଚିମ ଓଡ଼ିଶାର କୃଷିଜାତ ଦ୍ରବ୍ୟର ବିକ୍ରୟ କେବଳ ସ୍ଥାନୀୟ ମଣ୍ଡି ଓ ଆଞ୍ଚଳିକ ବଜାରରେ ସୀମିତ ଥିଲା। ଚାଷୀମାନେ ପାରମ୍ପରିକ ଚାଷ ପଦ୍ଧତି ଓ ବର୍ଷାଜଳ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରୁଥିଲେ... କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏସବୁଥିରେ ଆସିଛି ଏକ ଉଲ୍ଲେଖନୀୟ ପରିବର୍ତ୍ତନ । ବଜାର-ସଂଯୁକ୍ତ କ୍ରୟ, ରପ୍ତାନି ସୁବିଧା ଏବଂ କ୍ଲଷ୍ଟର-ଭିତ୍ତିକ କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକୁ ସୁଦୃଢ଼ କରିବା ଭଳି ପଦକ୍ଷେପ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି। ଫଳସ୍ୱରୂପ, ଆଜି ପଶ୍ଚିମ ଓଡ଼ିଶାର ଉତ୍ପାଦମାନ ବିଶ୍ୱସ୍ତରୀୟ ମାନଦଣ୍ଡ ରଖୁଥିବା ଆମ୍ବ ଓ ଡ୍ରାଗନ ଫ୍ରୁଟ ବିଦେଶୀ ଫଳ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ କଟା ଫୁଲ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ଜାହିର କରିଛି |


ଯାହାର ବଡ଼ ଉଦାହରଣ ହେଉଛି ଗୋଲାମୁଣ୍ଡା ବ୍ଲକର ଆଗ୍ରହୀ ଚାଷୀ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ । ଯାହାକୁ ମନ କି ବାତ୍ ରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସଂସ୍ଥା... ଜିଲ୍ଲାକୁ ଏକ ପନିପରିବା କେନ୍ଦ୍ରରେ ପରିଣତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।


ପୂର୍ବରୁ କଳାହାଣ୍ଡି ଚାଷୀଙ୍କ ଉତ୍ପାଦ ସମୂହ ଉନ୍ନତ ଗୁଣବତ୍ତାସମ୍ପନ୍ନ ହୋଇଥିଲେ ମଧ୍ୟ, ଅନ୍ତର୍ଜାତୀୟ ରପ୍ତାନି ସେମାନଙ୍କ ପାଇଁ କଳ୍ପନାତୀତ ଥିଲା । ଉନ୍ନତ ଭିତ୍ତିଭୂମିର ଅଭାବ, ସୀମିତ ବଜାର ସୁବିଧା ଏବଂ ବିଶ୍ୱ ମାନଦଣ୍ଡ ସମ୍ପର୍କିତ ସଚେତନତାର ଅଭାବ ଯୋଗୁ ଚାଷୀମାନେ କମ୍ ଲାଭ ଏବଂ ଅନିଶ୍ଚିତ ଆୟ ମଧ୍ୟରେ ବାନ୍ଧି ହୋଇ ରହୁଥିଲେ | କିନ୍ତୁ ବର୍ତ୍ତମାନ ଏସବୁଥିରେ ଆସିଛି ଏକ ଉଲ୍ଲେଖନୀୟ ପରିବର୍ତ୍ତନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୃଷି ଅର୍ଥନୀତିରେ ଆସିଥିବା ଏହି ପରିବର୍ତ୍ତନରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏକ ସୁଚିନ୍ତିତ କୃଷକ କଲ୍ୟାଣକାରୀ ଯୋଜନା । ଏହି ବିଭାଗ ତୃଣମୂଳ ସ୍ତରରେ କୃଷକ ସଂଗଠନ ଗୁଡିକୁ ମୂଳଦୁଆ କରି ଛୋଟ ଛୋଟ ସ୍ଥାନୀୟ ବଜାର ଶୃଙ୍ଖଳକୁ ଏକ ବ୍ୟବସ୍ଥିତ ଢଙ୍ଗରେ ବିଶ୍ୱସ୍ତରୀୟ ନେଟୱାର୍କରେ ପରିଣତ କରିଛି । ଯାହାଦ୍ୱାରା କ୍ଷୁଦ୍ର ଛାଷୀ ମାନେ ସଶକ୍ତ ହୋଇପାରିଛନ୍ତି । ଏହି ରୂପାନ୍ତରଣକୁ ଆହୁରି ତ୍ୱରାୱ୍ନିତ କରିଛି 'PSFPO' । ଓଡ଼ିଶାର କୃଷି ବିଭାଗ ନେତୃତ୍ୱରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା, କ୍ଷୁଦ୍ର ଚାଷୀମାନଙ୍କୁ ବିଶ୍ୱ ବଜାରରେ ସଫଳ ହେବା ପାଇଁ ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିଛି |


କ୍ଷୁଦ୍ର ଚାଷୀମାନଙ୍କୁ ବିଶ୍ୱ ବଜାରରେ ସଫଳ ହେବା ପାଇଁ ଏକ ପରିବେଶ ସୃଷ୍ଟି କରିଛି । ଗୋଲାମୁଣ୍ଡ ବ୍ଲକରେ ଏବେ ପାଖାପାଖି 200 କୃଷକ 200 ଏକର ଜାଗାରେ ଟମାଟୋ ଓ କଲରା ଚାଷ କରିଛନ୍ତି । ବର୍ଷକୁ ପ୍ରାୟ 1.6 କୋଟିରୁ ଉର୍ଦ୍ଧ୍ୱ ରୋଜଗାର କରିଛନ୍ତି । ଏହାସହ ସେମାନେ ଆଳୁ, ପିଆଜ ଆଦି ମଧ୍ୟ ଚାଷ କରୁଛନ୍ତି।

Related Topics

Explore more stories

Sponsored
Agriculture | kalahandi-farmers-earn-15-crore-an-annual-income-by-cultivating-tomatoes-cholera | Argus News