ସରକାରୀ ଜମିକୁ ମ୍ୟୁଟେସନ, ଲିଜ ଜମିକୁ କିସମ ପରିବର୍ତ୍ତନ ଭଳି ଚିତ୍ତରଞ୍ଜନଙ୍କ ନାଁରେ ସଙ୍ଗୀନ ଅଭିଯୋଗ
·1 year ago

Key Points
କଳାହାଣ୍ଡି ଉପଜିଲ୍ଲାପାଳ ଚିତ୍ତରଞ୍ଜନ ପିଲ୍ଲା ସସପେଣ୍ଡ
ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବରର ଅତିରିକ୍ତ ତହସିଲଦାର ଥିବାବେଳେ ହୋଇଥିଲା ବଡ଼ ହେରଫେର
କଳାହାଣ୍ଡି ଉପଜିଲ୍ଲାପାଳ ଚିତ୍ତରଞ୍ଜନ ପିଲ୍ଲା ସସପେଣ୍ଡ । ଚିତ୍ତରଞ୍ଜନଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । 2020 ରୁ 2022 ମସିହାରେ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ଥିବା ସମୟରେ ହୋଇଥିଲା ବଡ଼ ହେରଫେର । ସରକାରୀ ଜମିକୁ ମ୍ୟୁଟେସନ, ଲିଜ ଜମିକୁ କିସମ ପରିବର୍ତ୍ତନ, ନିଜେ ରିଜେକ୍ଟ କରିଥିବା କେସକୁ ରିଓପନ କରି ମ୍ୟୁଟେସନ କରିଥିବା ନେଇ ଚିତ୍ତରଂଜନଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ରହିଥିଲା ।
ଉକ୍ତ ଜମି ହେରଫେର ନେଇ ଇଓଡବ୍ଲୁରେ ମଧ୍ୟ ରହିଥିଲା ମାମଲା । ତେବେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ଚିତ୍ତରଞ୍ଜନ ପିଲ୍ଲାଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: