Videos
|
Odisha

ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ, ଝଡ଼ ସହ କୁଆପଥର ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago
ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ, ଝଡ଼ ସହ କୁଆପଥର ବର୍ଷା

ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ। ପାଗରେ ହେଲା ପରିବର୍ତ୍ତନ । ଭୁବନେଶ୍ବର ସମେତ କେତେକ ସ୍ଥାନରେ ବର୍ଷା ଫଳରେ ବଦଳିଲା ପାଗର ମିଜାଜ୍ । ତେବେ ଆଜିଠୁ ପ୍ରବଳ ଝଡ଼ ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା । ପବନର ବେଗ ୪୦ରୁ ୫୦ କିମି ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ସୂଚନା ରହିଛି। 


ରାଜ୍ୟରେ ଯେଉଁଭଳି ଭାବରେ ତାତି ଅନୁଭୂତ ହେଉଥିଲା, ବର୍ତ୍ତମାନ ଏଥିରେ ଏକ ବଡ ପରିବର୍ତ୍ତନ ହୋଇଛି। ତାତି ଏତେ ହେଉଥିଲା ଯେ, ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିଲା। ଝାରସୁଗୁଡା, ଅନୁଗୁଳ ଉତ୍ତପ୍ତ ସହର ଭାବରେ ପରିଗଣିତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kalbaisakhi-brings-relief-from-heat-hailstorm-with-thunderstorm | Argus News