Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ କାଳବୈଶାଖୀ ! ତାତିରେ ଲାଗିବ ବ୍ରେକ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଜ୍ୟରେ କାଳବୈଶାଖୀ ! ତାତିରେ ଲାଗିବ ବ୍ରେକ୍

ତାତିରୁ ଆଶ୍ଵସ୍ତି ଦେବ କାଳବୈଶାଖୀ। ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗର ମିଜାଜ। ୨୭ ତାରିଖରୁ ୩୦ ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ପ୍ରବଳ ଝଡ଼ ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ପାଇଁ ଟ୍ବିନସିଟିରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ଆକଳନ । ରବିବାରଠାରୁ ତାତିରେ ସାମୟିକ ବିରତି ଲାଗିବ। ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ। ତେବେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।

୨୭ ତାରିଖ (ରବିବାର) କାଳବୈଶାଖୀ ପ୍ରଭାବରେ ଅଧିକ ବର୍ଷା ହେବ। କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକରେ ଅପରାହ୍ନରେ ଝଡ଼ ବର୍ଷା ଆଶଙ୍କା ଅଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ କିମି ବେଗରେ ପବନ ବହିପାରେ ।

୨୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଗଞ୍ଜାମ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଓ ପବନ ହେବ । ଏହିସବୁ ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଯାଜପୁର ଓ ସୁନ୍ଦରଗଡ଼ରେ ବର୍ଷା ସହିତ ୫୦ରୁ ୬୦କିମି ବେଗରେ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ିସହ ବର୍ଷା ଆଶଙ୍କା ଅଛି । ୨୯ ତାରିଖରେ ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଓ କଟକରେ ଝଡ଼ ବର୍ଷା ଆଶଙ୍କା ଅଛି । ଶୁକ୍ରବାର ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଞ୍ଜାମ, ନୟାଗଡ଼ ଓ ଗଜପତିର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବଲାଙ୍ଗୀରରେ ଝଡ଼ ବର୍ଷା ହୋଇଛି। ଗଛ ପଡ଼ିବା ଯୋଗୁ ଦୁଇ ଜଣ ପ୍ରାଣ ହରାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalbaisakhi-in-the-state-break-will-be-observed-in-the-summer-season | Argus News