Weather Alert / ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା , ୪୦ରୁ ୫୦ କିମି ବେଗରେ ବହିପାରେ ପବନ
·4 months ago·2 min read

Key Points
ଆସନ୍ତା ୧୭ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା
ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି
ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ
ଆକଳନ କରିଛି ପାଣିପାଗ ବିଭାଗ

ଭୁବନେଶ୍ବର,୧୪/୦୫: ଆସନ୍ତା ୧୭ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୪ ତାରିଖରେ ବି ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୫, ୧୬ ଓ ୧୭ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏବେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ତେବେ ଏହା ଅବପାତରେ ପରିଣତ ହେବାର ବିଶେଷ ସମ୍ଭାବନା ନାହିଁ ।
ଗତିକାଲି ରାତିରେ ବର୍ଷା ଭିଜିଲା ରାଜଧାନୀ । ରାତିରେ ହଠାତ ବିଜୁଳି ଘଡ଼ଘଡ଼ ସହ ବର୍ଷା ହୋଇଥିଲା । ପ୍ରାୟ ଅଧଘଣ୍ଟାର ବର୍ଷାରେ ଭୁବନେଶ୍ୱରର ତଳିଆ ଅଞ୍ଚଳ ଓ ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଛି । ଗତ ତିନି ଦିନ ହେଲା ଗରମ ଓ ଗୁଳୁଗୁଳି ଅସହ୍ୟ ହୋଇଥିଲା । କିନ୍ତୁ ରାତିର ବର୍ଷା ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକ ଶାନ୍ତିରେ ଶୋଇପାରିଛନ୍ତି । କେବଳ ରାଜଧାନୀ ନୁହେଁ ଗତ ରାତିରେ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସେପଟେ ଅଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି ।
ପଢନ୍ତୁ ଏହି ଖବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, ଘନୀଭୂତ ହୋଇ ୱେଲମାର୍କଡ ଲୋ ପ୍ରେସରରେ ହେବ ପରିଣତ
ଉତ୍ତରପ୍ରଦେଶର ଭୟଙ୍କର ଘୂର୍ଣ୍ଣିଝଡ଼ ରଚିଛି ତାଣ୍ଡବଲୀଳା । ଏହି ଭୟଙ୍କର ଘୂର୍ଣ୍ଣିଝଡ ଏବଂ ବର୍ଷାରେ ଚାଲିଯାଇଛି ୭୦ରୁ ଅଧିକ ଜୀବନ । ଏହାବ୍ୟତୀତ ଅନେକ ଲୋକ ଆହତ ହୋଇଥିବାର ସୂଚନା ମଧ୍ୟ ମିଳିଛି । ସେହିପରି ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବାର ରିପୋର୍ଟ ସାମ୍ନାକୁ ଆସିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଧବାର ରାତିରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଝଡ଼ ତୋଫାନ। ପାଗରେ ହଠାତ୍ ଆସିଲା ପରିବର୍ତ୍ତନ। ବୁଧବାର ଅନେକ ସ୍ଥାନରେ ପ୍ରବଳ ଝଡ଼, ବର୍ଷା ଏବଂ କୁଆପଥର ମାଡ଼ ହୋଇଛି। ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ତାଣ୍ଡବ ଦେଖିବାକୁ ମିଳିଛି। ୟୁପିର ବିଭିନ୍ନ ସ୍ଥାନରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପାଗର ହଠାତ୍ ପରିବର୍ତ୍ତନ ଭଦୋହି ଜିଲ୍ଲାରେ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ଝଡ଼ ଏବଂ ବର୍ଷା ଯୋଗୁଁ ଭାଦୋହିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଫତେହପୁରରେ ୫ ଜଣ ମହିଳାଙ୍କ ସମେତ ମୋଟ୍ ୯ ଜଣଙ୍କ ଜୀବନ ଯାଇଛି। ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। କାନପୁର ମଜରା ଅଞ୍ଚଳରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି।
ସେହିପରି ପ୍ରୟାଗରାଜରେ ସର୍ବାଧିକ ୧୭ ଜଣଙ୍କ ଜୀବନ ନେଇଛି ଝଡ ତୋଫାନ। ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଘର ଏବଂ ଗାଡି ଉପରେ ଭାଙ୍ଗି ପଡିଛି ବଡ ବଡ଼ ଗଛ। ଏହା ଯୋଗୁଁ ଯାତାୟାତ ଗୁରୁତର ପ୍ରଭାବିତ ହୋଇଛି। ଦିଲ୍ଲୀରେ ମଧ୍ୟ ପାଗରେ ହଠାତ୍ ପରିବର୍ତ୍ତନ ଦେଖାଦେଇଛି। କିଛି ସ୍ଥାନରେ ପବନ ସହ କୁଆପଥର ବର୍ଷା ହୋଇଛି।

Related Topics
Explore more stories