Videos
|
Odisha

ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା, ତାତିରୁ ମିଳିଲା ଆଶ୍ୱସ୍ତି

Banajyotshna Ray
Browse all articles by Banajyotshna Ray
·1 year ago
ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା, ତାତିରୁ ମିଳିଲା ଆଶ୍ୱସ୍ତି

ରାଜ୍ୟରେ କାଳବୈଶାଖିର ତାଣ୍ଡବ। ବିଭିନ୍ନ ସ୍ଥାନରେ ହୋଇଛି ଝଡ଼ ବର୍ଷା। ଉପୁଡ଼ି ପଡ଼ିଛି ଗଛ। ରାଜ୍ୟରେ କାଳବୈଶାଖୀ ପାଇଁ 25 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଗତକାଲି ସଂଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ପବନ ହୋଇଛି। ସର୍ବାଧିକ ଝଟକା ପବନ ଘଣ୍ଟା ପ୍ରତି ବେଗ 74 କିମି ରେକର୍ଡ କରାଯାଇଛି। ପବନର ବେଗ 40ରୁ 50 କିମି ମଧ୍ୟରେ ରହିଥିଲା। ସଂଧ୍ୟା 5ଟାରୁ 7ଟା ମଧ୍ୟରେ ନୂଆପଡ଼ାରେ ଘଣ୍ଟା ପ୍ରତି 48 କିମି ଓ ସମ୍ବଲପୁର ଜିଲ୍ଲାରେ 39 କିମି ବେଗରେ ପବନ ବୋହିଥିଲା ।


ଖରା ଓ ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ରାଜ୍ୟରେ ଏତେ ମାତ୍ରାରେ ଖରା ଅନୁଭୂତ ହେଉଥିଲା ବର୍ତ୍ତମାନ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଗତକାଲି ରାତିର କାଳବୈଶାଖୀ ବର୍ଷା କାରଣରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


kalbaisakhi-rain-lashes-bhubaneswar-and-other-parts-of-odisha | Argus News