Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

kalabaisakhi Alert / ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ, ମୟୁରଭଞ୍ଜରେ ଗଲା ଜୀବନ

Bikash Mohanty
Browse all articles by Bikash Mohanty
·3 months ago·2 min read
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ, ମୟୁରଭଞ୍ଜରେ ଗଲା ଜୀବନ
Nor wester

Key Points

ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ
ଖୋର୍ଦ୍ଦା, ପୁରୀ, କେଉଁଝର ଓ ମୟୁରଭଞ୍ଜରେ ତାଣ୍ଡବ ରଚିଥିଲା 
ମୟୁଭଞ୍ଜର କୁଳିଅଣାରେ ଗଲା ଜୀବନ
ଭୁବନେଶ୍ଵର,୨୮/୩ : ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ଖୋର୍ଦ୍ଦା, ପୁରୀ, କେଉଁଝର ଓ ମୟୁରଭଞ୍ଜରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ମୟୁଭଞ୍ଜର କୁଳିଅଣାରେ ଗଛ ଡାଳପଡି ରାମ ଦାସ ହାଁସଦା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଖୋର୍ଦ୍ଦାର ଟାଙ୍ଗୀ ବ୍ଲକର ବିଭିନ୍ନ ଅଂଚଳରେ ପ୍ରାୟ ୩ ଘଣ୍ଟା ଧରି ତାଣ୍ଡବ ରଚିଥିଲା କାଳବୈଶାଖୀ। ଘୁର୍ଣ୍ଣିଝଡ଼ ଯୋଗୁଁ ବହୂ ଗଛ ଭାଙ୍ଗି ଯିବା ସହ ଯାତାୟତ ଠପ ହୋଇଯାଇଥିଲା।

ଘୃଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା ବେଳେ ଆଗାମୀ ୩ ଘଣ୍ଟା ପାଇଁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ହଳଦିଆ ଚେତାବନୀ। କେନ୍ଦ୍ରାପଡା, ଜଗତସିଂହପୁର,ଭଦ୍ରକ,ବାଲେଶ୍ୱର ଓ ମୟୂରଭଞ୍ଜ।ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନର ବେଗ ୩୦ ରୁ ୪୦ କିମି ରହିବା ସମ୍ଭାବନା ଥିବାରୁ ଜାରି ହୋଇଛି ସର୍ତ୍ତକତା। ମୟୂରଭଞ୍ଜରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ଉତ୍ତର ଓଡ଼ିଶାର ଅନ୍ୟ ସ୍ଥାନରେ ୪୦ରୁ ୫୦ ดิด ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। କେନ୍ଦୁଝର ଓ ସୁନ୍ଦରଗଡ଼ରେ ବି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୯ ତାରିଖରେ ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆସନ୍ତା ୩୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ମାଲକାନଗିରିରେ ଝଡ଼ବର୍ଷା ଆଶଙ୍କା ଅଛି। କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ ଘଡ଼ି ମଧ୍ୟ ହୋଇପାରେ। ୩୦ରୁ ୪୦ କିମି ବେଗରେ ପବନ ବି ବ‌ହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ୩୧, ୧ ଓ ୨ ତାରିଖରେ ବି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ସୁଚନା ମିଳୁଛି।

ସେପଟେ ପଶ୍ଚିମ ଓଡ଼ିଶାରେ ଏବେଠୁ ଅସମ୍ଭାଳ ତାତି ହେଲାଣି । ଶୁକ୍ରବାର ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୩୯.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ଛି । ସମ୍ବ ସମ୍ବଲପୁରର ୩୯.୩, ଝାରସୁଗୁଡ଼ା, ହୀରାକୁଦ, ସୋନପୁର ଓ ଭବାନୀପାଟଣାରେ ୩୯ ଡିଗ୍ରୀ ରେକର୍ଡ ହୋଇଥିଲା । ସେ ହିପରି ଅନୁଗୁଳ, ରାଉରକେଲା, ନବରଙ୍ଗପୁର, ତାଳଚେରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା। ରାଜଧାନୀ ଭୁବନେଶ୍ଵର ସମେତ ବଲାଙ୍ଗୀର, ନୂଆପଡ଼ା, ଚାନ୍ଦବାଲି, ଭଦ୍ରକ, ବାରିପଦା ଓ ସୁନ୍ଦରଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଟପିଥିଲା।

ଏଥିସହ ପଢ଼ନ୍ତୁ: ୧୮ ଜିଲ୍ଲାକୁ ୩ ଘଣ୍ଟିଆ ଆଲର୍ଟ; ଏପ୍ରିଲ୍ ୨ ପର୍ଯ୍ୟନ୍ତ ଘଡ଼ଘଡ଼ି ବର୍ଷା ଓ ପବନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored