Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ: ଆକ୍ସନମୋଡରେ ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ: ଆକ୍ସନମୋଡରେ ସରକାର

Key Points

କାଳବୈଶାଖୀର ତାଣ୍ଡବ
ଆକ୍ସନମୋଡରେ ରାଜ୍ୟ ସରକାର
ସବୁଠୁ କ୍ଷତିଗ୍ରସ୍ତ ଜିଲ୍ଲା ମୟୂରଭଞ୍ଜରେ 3 ମନ୍ତ୍ରୀ
ସରଜମିନ ତଦନ୍ତ ସହ 24ଘଣ୍ଟାରେ କ୍ଷତିପୂରଣ ପ୍ରତିଶ୍ରୁତି
କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିଲା ରିଲିଫ
ସେପଟେ ଫେରିବା ବେଳେ ମନ୍ତ୍ରୀଙ୍କ କାର୍କେଡ ଗାଡି ଉପରକୁ ପ୍ରାୟୋଜିତ ଆକ୍ରମଣ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । ମୟୂରଭଞ୍ଜ, ଦେବଗଡ଼, ଗଞ୍ଜାମ, କେନ୍ଦୁଝର ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି। ଆକ୍ସନମୋଡକୁ ଆସିଛନ୍ତି ରାଜ୍ୟ ସରକାର। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମୟୂରଭଞ୍ଜ ଜିଲ୍ଲା । ଆଉ ମୟୂରଭଞ୍ଜ ଜିଲ୍ଲାରେ 3 ମନ୍ତ୍ରୀ ପହଂଚି ସରଜମିନ ତଦନ୍ତ କରିଛନ୍ତି । ଜିଲ୍ଳାରେ କାଳବୈଶାଖୀରେ କ୍ଷୟକ୍ଷତିର ଆକଳନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କାଳବୈଶାଖୀ ପ୍ରଭାବିତଙ୍କ ପାଇଁ ରହଣି କେନ୍ଦ୍ର ରେ ଲୋକଙ୍କ ସଙ୍ଗେ ଖାଇଲେ ରାଜସ୍ବ ମନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସମସ୍ତ କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କ୍ଷତିଗ୍ରସ୍ତଙ୍କ ପାଖରେ ପହଂଚିଲା ରିଲିଫ ।

ମୟୂରଭଞ୍ଜ ଜିଲ୍ଲାର 5ଟି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୁଆପଥର ମାଡ଼ରେ ଶତାଧିକ ଘରର ଆଜବେଷ୍ଟ,ଟାଇଲ ଛପର ନଷ୍ଟ ହୋଇଯାଇଛି । ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର 47ଟି ଗ୍ରାମର ପ୍ରାୟ 5ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ଦେବଗଡ ଜିଲ୍ଲାରେ କୁଆପଥର ମାଡରେ ଅନେକ କ୍ଷୟକ୍ଷତି ହୋଇଛି । ସେପଟେ ଗଞ୍ଜାମ ସୋରଡାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଯାଇଛି । ଆନନ୍ଦପୁରରେ କାଳବୈଶାଖୀ ଯୋଗୁଁ ଛପରଉଡିବା ସହ ଘର ଭାଙ୍ଗିଯାଇଛି । ବିଦ୍ୟୁତ ଖୁଣ୍ଟ ଉପୁଡିଥିବାରୁ ବିଦ୍ୟୁତ ସେବା ବ୍ୟାହତ। ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ବାରୁଆଁ, ରାଇପାଳ ଓ ବାଲିଯୋଡି ଗାଁରେ କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି। ବ୍ରହ୍ମଗିରିରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ । ଏଥିଯୋଗୁଁ ଚିନ୍ତାରେ ପଡିଛନ୍ତି ଚାଷୀ । ଉଜୁଡା ଫସଲକୁ ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେପଟେ ବଜ୍ରପାତରେ ବ୍ରହ୍ମଗିରିର ଚାଷୀ ମନୋଜ ନାୟକଙ୍କ ମୃତ୍ୟୁ ହୋଇଛି ।

ସେପଟେ ମୟୂରଭଞ୍ଜରେ ଫେରିବା ବେଳେ ମନ୍ତ୍ରୀଙ୍କ କାର୍କେଡ ଗାଡି ଉପରକୁ ହୋଇଛି ପ୍ରାୟୋଜିତ ଆକ୍ରମଣ । ମନ୍ତ୍ରୀଙ୍କ କାର୍କେଟ ଗାଡିର କାଚ ଭାଙ୍ଗିଲେ ଦୃର୍ବୁତ୍ତ । ରାସ୍ତା ଜାମ କରିବା ସହ ଉପଜିଲ୍ଲାପାଳଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ। ଏପରିକି ପୋଲିସକୁ ଟଣା ଓଟରା କରିବା ସହ ମାଡ଼ ମାରିଥିଲେ । କାଳବୈଶାଖୀ ଦାଉ ସାଧିଥିବା ବେଳେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚିଛି ସହାୟତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalbaisakhi-storm-in-various-parts-of-the-state-government-in-action-mode | Argus News