Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Weather News / ଏପ୍ରିଲ ୩ ପର୍ଯ୍ୟନ୍ତ କାଳବୈଶାଖୀ,ଘଡ଼ଘଡ଼ି ସହ ହୋଇପାରେ ପବନ ଓ ବର୍ଷା

Bikash Mohanty
Browse all articles by Bikash Mohanty
·3 months ago·2 min read
ଏପ୍ରିଲ ୩ ପର୍ଯ୍ୟନ୍ତ କାଳବୈଶାଖୀ,ଘଡ଼ଘଡ଼ି ସହ ହୋଇପାରେ ପବନ ଓ ବର୍ଷା
Wind Alert

Key Points

ରାଜ୍ୟରେ କାଳବୈଶାଖୀ ପ୍ରକୋପ ଜାରି ରହିବ
ଏପ୍ରିଲ ୩ ପର୍ଯ୍ୟନ୍ତ କେତେକ ସ୍ଥାନରେ ହେବ କାଳବୈଶାଖୀ
ଏହାର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ
ଭୁବନେଶ୍ଵର,୨୯/୩:  ରାଜ୍ୟରେ କାଳବୈଶାଖୀ ପ୍ରକୋପ ଜାରି ରହିବ।  ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ। ଅନ୍ୟପଟେ ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ। ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ି ପାରେ ତାପମାତ୍ରା।

ଶନିବାର ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଉପରେ ଥିଲା। ସେଥିମଧ୍ୟରୁ ତାଳଚେର ଓ ଭବାନୀପାଟଣା ସବୁଠାରୁ ଉତ୍ତପ୍ତ ସହର ଥିଲେ। ଉଭୟ ସହରରେ ପାରଦ ୩୯ ଡିଗ୍ରୀ ଛୁଇଁଥିଲା। ଝାରସୁଗୁଡ଼ା ୩୮.୨, ସୋନପୁର ୩୮.୨ ଏବଂ ବଲାଙ୍ଗୀର ୩୮ ଡିଗ୍ରୀ ଟପିଥିଲା। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିଲା। ପାଣି ପାଗ ବିଭାଗର ପୂର୍ବାନୁ ମାନ ହେଲା, ରବିବାର ବାଲେଶ୍ଵର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ମଧ୍ୟମ ବର୍ଷା ହେବାର  ସମ୍ଭାବନା ଅଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ଆଶଙ୍କା ଅଛି। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରିରେ ବର୍ଷା, ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ମାଡ଼ ହୋଇପାରେ ପବନ।
ଆସନ୍ତା କାଲି ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନ, ଉତ୍ତର ଉପକୂଳର ଗୋଟିଏ ଦୁଇ ଦୁଇଟି ସ୍ଥାନ ସହ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ହୋଇପାରେ। କେତେକ ସ୍ଥାନରେ ବଜ୍ରପାତ ସହ ୪୦ରୁ ୫୦ କିମି ବେଗରେ ପବନ ଆଶଙ୍କା ଅଛି।

ଆହୁରି ପଢନ୍ତୁ: ସଞ୍ଜ ନଇଁଲେ ବଦଳୁଛି ପାଗର ମିଜାଜ୍; ଆସନ୍ତାକାଲି କେମିତି ରହିବ ପାଗ ଜାଣନ୍ତୁ

ସେପଟେ ବର୍ଷା ଓ ପବନ ସହ ସମୁଦ୍ର ମଧ୍ୟରେ ପବନର ବେଗ ୪୦ରୁ ୫୦ ସର୍ବାଧିକ ୬୦ କି.ମି ବହିବାର ସମ୍ଭାବନ ଥିବାରୁ ସମୁଦ୍ର ଆସନ୍ତା ରହିବ । ତେଣୁ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବିଭାଗ ପାଖରୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ସହ ଝାରସୁଗୁଡା ଓ ଭୁବନେଶ୍ୱରରେ କୂଆପଥର ବର୍ଷା ହୋଇଥିବା ବେଳେ ୧୩ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଛି । କନ୍ଧମାଳର ଚକାପାଦରେ ସର୍ବାଧିକ ୩୪.୨ ମିମି ବର୍ଷା ରେକର୍ଡ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Warning | Weather Warning | Weather Warning | Weather Warning | Weather Warning | Kalbaishakhi Storm Till April 3 | 50–60 km/h Wind Alert | Argus News