Similipal Tiger Reserve / ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ବୁଲୁଛି କଳାବାଘ 'କାଳିଆ'
·7 months ago·2 min read

Key Points
କଳାବାଘ `କାଳିଆ'କୁ ନେଇ ଚର୍ଚ୍ଚା
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ବୁଲୁଥିବା ଆସୁଥିବା ନଜର
ବାଘ ବଂଶ ବୃଦ୍ଧିର ପ୍ରମୁଖ ସହାୟକ ପାଲଟିଥିବା ସୂଚନା

କଳାବାଘ କାଳିଆକୁ ନେଇ ଚର୍ଚ୍ଚା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବୁଲୁଥିବା ନଜରକୁ ଆସିଛି । ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ । କହିଲେ, କାଳିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧିର ମୁଖ୍ୟ । ଶିମିଳିପାଳରେ କେବଳ ୬ଟି ବାଘ ଥିବା ଅବସ୍ଥାରେ ଆଜି ବାଘ ସଂଖ୍ୟା ୩୦ରୁ ଅଧିକ ସଂଖ୍ୟାରେ ପହଞ୍ଚିଛି । ଏହା ପଛରେ ‘କାଳିଆ’ର ଅବଦାନ । ଶିମିଳିପାଳରେ ବାଘ ବଂଶ ବିକାଶ ପାଇବାରେ ନୂଆ ଆଶା ସୃଷ୍ଟି ହୋଇପାରିଛି ବୋଲି ଲେଖିଛନ୍ତି ସୁଶାନ୍ତ ନନ୍ଦ। ଏଣୁ "କାଳିଆ" ଶିମିଳିପାଳର ଗର୍ବ ଓ ବନ୍ୟଜୀବ ସଂରକ୍ଷଣର ଜୀବନ୍ତ ମାଇଲସ୍ଟୋନ୍ ବୋଲି ଏବେ ଚାରିଆଡେ ଚର୍ଚ୍ଚା ଯୋର ଧରିଛି।
ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ ଶିମିଳିପାଳର ହିରୋ “କାଳିଆ” କୁ ନେଇ କଲେ ବଡଖୁଲାସା । ଶିମିଳିପାଳରେ ବାଘ ବଂଶକୁ ବଞ୍ଚାଇଥିଲା ଏହି "କାଳିଆ" ନାମକ ପୁରୁଷ ବାଘ। ଏଣୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଗର୍ବ ହେଉଛି ଏହି ମିଲେନାଷ୍ଟିକ୍ ଟାଇଗର ‘କାଳିଆ’। ଯାହାକୁ Black Beauty ବୋଲି କହିଛନ୍ତି ପୂର୍ବତନ ପିସିସିଏଫ୍ ଶ୍ରୀଯୁକ୍ତ ନନ୍ଦ । ଏବେ ବନ୍ୟଜୀବ ସୁରକ୍ଷା ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାବି କରିଛି ଏହି କଳାବାଘ । ଶିମିଳିପାଳରେ ବାଘ ସଂଖ୍ୟା ପ୍ରାୟ ନଷ୍ଟ ହେବାର ସ୍ଥିତିକୁ ପହଞ୍ଚିଥିବା ସମୟରେ, ସେହି ସଂଖ୍ୟାକୁ ପୁଣିଥରେ ବୃଦ୍ଧି କରାଇବାର ଶ୍ରେୟ ‘କାଳିଆ’କୁ ଯାଉଛି ବୋଲି ଏକ୍ସ ପୋଷ୍ଟ ରେ କାଳିଆର ଭିଜୁଆଲ ଛାଡି ଲେଖିଛନ୍ତି ଶ୍ରୀଯୁକ୍ତ ନନ୍ଦ।
ଏଥିସହ ପଢ଼ନ୍ତୁ: ନ୍ୟାସନାଲ ଜିଓଗ୍ରାଫିକ କଭର ପେଜ୍ରେ ଶିମିଳିପାଳର ବିରଳ କଳାବାଘ
ସୂଚନା ଅନୁସାରେ, ଏକଦା ଶିମିଳିପାଳରେ କେବଳ 6 ଟି ବାଘ ଥିବା ଅବସ୍ଥାରେ ଆଜି ବାଘ ସଂଖ୍ୟା 30 ରୁ ଅଧିକ ସଂଖା ପହଞ୍ଚିବାରେ ‘କାଳିଆ’ର ଅବଦାନ ଅତୁଳନୀୟ। ଏହି ପ୍ରଭାବଶାଳୀ ପୁରୁଷ ବାଘ ବହୁ ଶାବକ(ଲିଟର୍)ର ପିତା ହୋଇଥିବାରୁ ଶିମିଳିପାଳରେ ବାଘ ବଂଶ ବିକାଶ ପାଇବାରେ ନୂଆ ଆଶା ସୃଷ୍ଟି ହୋଇପାରିଛି ବୋଲି ଲେଖିଛନ୍ତି ସୁଶାନ୍ତ ନନ୍ଦ। ଏଣୁ "କାଳିଆ" ଶିମିଳିପାଳର ଗର୍ବ ଓ ବନ୍ୟଜୀବ ସଂରକ୍ଷଣର ଜୀବନ୍ତ ମାଇଲସ୍ଟୋନ୍ ବୋଲି ଏବେ ଚାରିଆଡେ ଚର୍ଚ୍ଚା ଯୋର ଧରିଛି।
କଳାବାଘ ସଫାରୀ:
ସୂଚନାନୁସାରେ, ପୂର୍ବରୁ ଶିମିଳିପାଳରେ ହେବ କଳାବାଘ ସଫାରୀ। ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି । ଏନେଇ ପୂର୍ବତନ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଥିଲେ । ସେଣ୍ଟ୍ରାଲଜୁ ଅଥୋରିଟିରୁ ଅନୁମତି ମିଳିଥିବା ସେ କହିଥିଲେ । ବାରିପଦା ନିକଟସ୍ଥ ମଞ୍ଚାବେଡାରେ ହେବ ବାଘ ସଫାରୀ । ୧୦୦ ଏକର ଜାଗାରେ ସଫାରୀ ହେବ। ନନ୍ଦନକାନନରେ ଥିବା କଳା ଜିନ୍ ବାଘକୁ ସେଠାରେ ଛଡାଯିବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories