Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Debashish Samantaray on BJD Leadership / ବିଜେଡି ନେତ୍ବତ୍ବ ପ୍ରସଙ୍ଗ,ବାଣ ମାରିଲେ ଦେବାଶିଷ, କହିଲେଏକା ପାରିବେନି କଳିକେଶ

Bikash Mohanty
Browse all articles by Bikash Mohanty
·5 months ago·2 min read
ବିଜେଡି ନେତ୍ବତ୍ବ ପ୍ରସଙ୍ଗ,ବାଣ ମାରିଲେ ଦେବାଶିଷ, କହିଲେଏକା ପାରିବେନି କଳିକେଶ
Bjd

Key Points

ବିଜେଡି ନେତୃତ୍ବ ପ୍ରସଙ୍ଗ
ଏକା ପାରିବେନି କଳିକେଶ କହିଲେ ଦେବାଶିଷ 
କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି


ବିଜେଡିରେ ପୁଣି କେଁ, ବିଜେଡି ବିଧାୟକ କଲିକେଶ ସିଂଦେଓଙ୍କୁ ସମାଲୋଚନା କରିଛନ୍ତି ଦଳର ରାଜ୍ୟସଭା ସଂସଦ ଦେବାଶିଷ ସାମନ୍ତରାୟ। ଏକା ପାରିବେନି କଳିକେଶ । ବିଜେଡି ନେତୃତ୍ବ ପ୍ରସଙ୍ଗରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। କଳିକେଶ ସିଂଦେଓ ବିଜେଡିରେ ନେତୃତ୍ୱ ନିଅନ୍ତୁ ବୋଲି ଦିବ୍ୟ ଶଙ୍କର ମିଶ୍ର କଥାକୁ ସେ ସମର୍ଥନ ଜଣାଇଛନ୍ତି । ସେ ଜଣେ ଯୁଵ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନ ପଟ୍ଟନାୟକଙ୍କ ପରିବାର ସହ ବହୁତ ଭଲ ସମ୍ପର୍କ। ସେ ନବୀନଙ୍କୁ ଭେଟିବା ନୁଆ କଥା ନୁହେଁ । ହେଲେ କଳିକେଶ ଏକୁଟିଆ ନେତୃତ୍ୱ ନେଇପାରିବେ ନାହିଁ । ବର୍ତ୍ତମାନ ସମୟ ସମସ୍ତଙ୍କୁ ସାଙ୍ଗରେ ନେଇକି ଯିବାର ଅଛି। କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି ସେମାନଙ୍କୁ ସାଙ୍ଗରେ ନେଇ କାମ କଲେ ଦଳ ଆଗକୁ ବଢିବ ଏବଂ ପଞ୍ଚାୟତ ନିର୍ବାଚନରେ ଭଲ କରିବ। ସମସ୍ତ ଙ୍କୁ ଏକାଠି ନେଇ କାମ ନ କଲେ ଦଳ ପାଇଁ କ୍ଷତି ହେବ ବୋଲି କହିଛନ୍ତି ଦେବାଶିଷ ।

ବିଜେଡିରେ ଏବେ ଗୋଷ୍ଠୀ ବିବାଦ ଜଳ ଜଳ । ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ମେଳି କରି ପ୍ରୋ ପାଣ୍ଡିଆନ ଗୋଷ୍ଠୀଙ୍କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ଦଳରେ ନୂଆ ନେତାଙ୍କୁ ଦାୟିତ୍ୱ ଦେବା ପାଇଁ ବି ଖୋଲା ଖୋଲି କହିଲେଣି ଲତିକାଙ୍କ ପରି ନେତ୍ରୀ । ଗତ ନିର୍ବାଚନରେ କଣ୍ଟାବାଞ୍ଜିରୁ ନବୀନ ନିଜେ ହାରି ଯାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ସଂଗଠନ ଦୁର୍ବଳ ହେଉଛି । ଏଭଳି ସ୍ଥିତିରେ ଏୟୁ ସିଂ ଦେଓଙ୍କ ସହ ଆଲୋଚନା ପରେ କଳିକେଶଙ୍କ ସହ ନବୀନଙ୍କ ବୈଠକ ଦଳୀୟ ସଂଗଠନରେ ନୂଆ ସମୀକରଣ ଆଡ଼କୁ ଇସାରା କରୁଛି ।

ସୂତ୍ର ଅନୁସାରେ ସିଂହଦେଓଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଦିଆଯାଇପାରେ, ଯାହା ଦଳର ଆଞ୍ଚଳିକ ପ୍ରତିନିଧିତ୍ୱକୁ ସନ୍ତୁଳିତ କରିବ । ରାଜନୈତିକ ଆଲୋଚନାରେ ତାଙ୍କ ନାଁ ଗତ ସପ୍ତାହ ଧରି ବେଶ ଚର୍ଚ୍ଚାରେ ରହିଛି । ରାଜନୈତିକ ବିଶାରଦମାନେ ମତ ରଖିଛନ୍ତି ଯେ ତାଙ୍କ ଅଭିଜ୍ଞତା, ତୃଣମୂଳ ସ୍ତରର ସଂଯୋଗ ଏବଂ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସମର୍ଥନ ସଂଗ୍ରହ କରିବାର କ୍ଷମତା ଦଳକୁ ବେଶ ସହାୟ ହୋଇପାରେ ।

ବବିଙ୍କ ପାଇଁ ଦଳରେ ତିଆରି କରାଯାଇଥିଲା ସଂଗଠନ ସମ୍ପାଦକ ପଦ । ଦାୟିତ୍ୱରେ ଥିବା ବେଳେ ବବିଙ୍କର ବି ଥିଲା ଦଳରେ ବେଶ ଦବଦବା । ଏବେ ସେ ପଦବୀ ଖାଲି ପଡ଼ିଛି । କଳିକେଶଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବା ଚର୍ଚ୍ଚା ଭିତରେ ପ୍ରଶ୍ନ ବିଦ୍ରୋହୀଙ୍କ ଭିତରେ କୁହଳୁଥିବା ଅସନ୍ତୋଷର ନିଆଁ ପଡ଼ିବ ତ ଥଣ୍ତା ?
ଏଥିସହ ପଢ଼ନ୍ତୁ: ଅଧିକାରୀଙ୍କୁ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଚେତାବନୀ, କାମ ନ କଲେ ସିଧା ନିଲମ୍ବନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Debashish Samantaray on BJD Leadership | Debashish Samantaray on BJD Leadership: Kalikesh Cannot Handle Alone | Argus News