Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲ ଉପରେ ୫ଫୁଟର ପାଣି: କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Rashmita Mishra
Browse all articles by Rashmita Mishra
·10 months ago·1 min read
ପୋଲ ଉପରେ ୫ଫୁଟର ପାଣି: କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Key Points

ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା
କାଙ୍ଗରକୋଣ୍ଡା ଏମ୍‌ଭି- 96 ଓ କନ୍ୟାଶ୍ରମର ବ୍ରିଜ ଉପରେ ଚାଲୁଛି ପାଣି
ମାଲକାନଗିରି- ମୋଟୁ ଓ କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ଜିଲ୍ଲା କାଙ୍ଗରକୋଣ୍ଡା ପୋଲ ଉପରେ ୫ ଫୁଟ୍‌ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୭ ନଂ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଯାଇଛି । ଏହି ରାସ୍ତା କାଲିମେଳା ଦେଇ ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ କରିଥାଏ । କିନ୍ତୁ ରାସ୍ତା ଉପରେ ପ୍ରବଳ ପାଣି ଦ୍ବାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସଜାଗ ରହିଛି ।

ସେପଟେ ପୁଣି ପାହାଡ଼ରୁ ଧସିଲା ମାଟି ଅତଡ଼ା । ଅବରୋଧ ହେଲା ରାସ୍ତା । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତେନ୍ତୁଳିପଦର୍ ପଞ୍ଚାୟତ ରଙ୍ଗପାଣି ରାସ୍ତାରେ ଅଘଟଣ । ନାଲକୋ ଖଣି ଅଞ୍ଚଳର ପାଦ ଦେଶରେ ଥିବା ୨ ଟି ଗାଁ- ତଳ ରଙ୍ଗପାଣି ଓ ଉପର ରଙ୍ଗପାଣିକୁ ଯାତାୟାତ ବାଧାପ୍ରାପ୍ତ । କୁକୁଡ଼ାସିଲ୍ ଓ ରଙ୍ଗପାଣି ରାସ୍ତାରେ ଧସିଛି ମାଟି ଅତଡ଼ା ।


ଆହୁରି ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5-Foot Water on Bridge Cuts Off Kalimela-Podia Road Connectivity | Argus News | Argus News