ମଙ୍ଗୁଳିରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ

ଆଜି 11.45 ସମୟରେ ବେଙ୍ଗାଲୁର - କାମାକ୍ଷା ଏକ୍ସପ୍ରେସ । ନିର୍ଗୁଣ୍ଡି ନିକଟରେ ଦୁର୍ଘଟଣା ହୋଇଛି। 11 ଟି ac ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି । ଡାଉନ ଲାଇନରେ ହୋଇଛି ଦୁର୍ଘଟଣା।ସେଥିପାଇଁ ରିଷ୍ଟରେସନ କାମ ଶୀଘ୍ର ସାରିବା ଲକ୍ଷ୍ୟ ରଖାଯାଇଛି।ଅନ୍ୟପକ୍ଷରେ ସେଠାକୁ ମେଡ଼ିକାଲ ଟିମ ପଠାଇ ଦିଆଯାଇଛି ଏହା ସହ ndrf ଓ ଫାୟାର ଟିମ୍ ପଠାଇ ଦିଆଯାଇଛି ।
ଯେଉଁ ଯାତ୍ରୀମାନେ ସେଠାରେ ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇହେବ ସେ ବ୍ୟବସ୍ଥା କରାଯାଉଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ରିଷ୍ଟୋରେସନ କାମ ଖୁବଶୀଘ୍ର ଆରମ୍ଭ ହେବ ଓ ଅନ୍ୟାନ୍ୟ ଟ୍ରେନ ଚଳାଚଳ ବ୍ୟବସ୍ଥା ଆରମ୍ଭ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଶୋକ କୁମାର ମିଶ୍ର । ଦୁର୍ଘଟଣା ର କାରଣ ତଦନ୍ତ ପରେ ଜଣାପଡିବ ।
📱 Get Argus News App
✨ତେବେ ଯାତ୍ରୀଙ୍କ ସହାୟତା ଲାଗି ରେଲଓ୍ବେ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି
-କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- 8991124238
-ଭୁବନେଶ୍ବର ପାଇଁ ହେଲ୍ପ ଲାଇନ୍ ନମ୍ବର- 845588599
-ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନମ୍ବର-9437443469
-ଖୋର୍ଦ୍ଧା ପାଇଁ ହେଲ୍ପ ଲାଇନ୍ ନମ୍ବର- 06742492245