Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଗବାନଙ୍କ ସେବା କରିବାକୁ ଡାକି ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ବାବାଙ୍କୁ ବାନ୍ଧିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·11 months ago·1 min read
ଭଗବାନଙ୍କ ସେବା କରିବାକୁ ଡାକି ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ବାବାଙ୍କୁ ବାନ୍ଧିଲା ପୋଲିସ

Key Points

ମଠକୁ ଡାକିଲେ, ଠାକୁରଙ୍କ ସେବା କରିବ ବୋଲି କହିଲେ । ଭକ୍ତିଭାବର ବିଶ୍ଵାସ ଜନ୍ମାଇ ଅସଦାଚରଣ କଲେ । ବାବାଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

କାମାକ୍ଷାନଗର: ମଠକୁ ଡାକିଲେ, ଠାକୁରଙ୍କ ସେବା କରିବ ବୋଲି କହିଲେ । ଭକ୍ତିଭାବର ବିଶ୍ଵାସ ଜନ୍ମାଇ ଅସଦାଚରଣ କଲେ । ବାବାଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବାବାଙ୍କୁ ଗିରଫ କରିଛି ପୋଲିସ । ଏ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଅଞ୍ଚଳରେ ।


ପ୍ରାୟ ୧୦ ବର୍ଷ ତଳେ ୨୦୧୫ ମସିହାରେ ମଠକରଗୋଳାରେ ପ୍ରତିଷ୍ଠା ହୋଇଥିଲା ମଠଟି । ଆଉ ୧୭ ଦିନ ତଳେ ମଠର ବାବା ମଧୁ ମଙ୍ଗଳ ଓରଫ ମଦନ ମୋହନ ପରିଡ଼ା ଜଣେ ମହିଳାଙ୍କୁ ଭଗବାନଙ୍କ ସେବା କରିବାକୁ ଡାକିଥିଲେ । ଆଉ ମହିଳା ଜଣଙ୍କ ମଠକୁ ଯିବା ପରେ ବାବା ସେଠାରେ ଭୋଜନାଳୟ ଦାୟିତ୍ଵ ଦେବା ବାହାନାରେ ଜୋର ଜବରଦସ୍ତ ସମ୍ପର୍କ ରଖିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।


ଏନେଇ କାମାକ୍ଷାନଗର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଭିଯୁକ୍ତ ମଧୁ ମଙ୍ଗଳଙ୍କୁ କାମାକ୍ଷାନଗର ଥାନା ପୋଲିସ ଗିରଫ କରିଛି । ବାବାଙ୍କୁ ଗିରଫ ସହ ମଠକରଗୋଳା ମଠକୁ ସିଲ୍ କରିଛି ପୋଲିସ । ମହିଳାଙ୍କ ଡାକ୍ତରୀ ମାଇନା ପାଇଁ ପୋଲିସ ପଠାଇବା ସହ ଅଭିଯୁକ୍ତ ମଧୁ ମଙ୍ଗଳଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kamakhyanagar Baba Arrested for Alleged Sexual Assault of Woman Devotee | Argus News | Argus News