Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଈ ଦଶାହରେ ଅଘଟଣ; ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ନାତି, ଜଣେ ମୃତ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଆଈ ଦଶାହରେ ଅଘଟଣ; ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ନାତି, ଜଣେ ମୃତ

Key Points

ଆଈ ପାଇଁ ଲଣ୍ଡା ହୋଇ ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ନାତି । ପରିବାର ଲୋକେ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି ।

କାମାକ୍ଷାନଗର: ଦଶାହ କାର୍ଯ୍ୟ ବେଳେ ଅଘଟଣ । ଆଈ ପାଇଁ ଲଣ୍ଡା ହୋଇ ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ନାତି । ପରିବାର ଲୋକେ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁଆଁଳୋ ପଞ୍ଚାୟତ ହାଟୁଆରୀ ଗାଁରେ ।


ଦଶାହ କାର୍ଯ୍ୟ ପାଇଁ ସ୍ଥାନୀୟ ରାମିଆଳ ନଦୀକୁ ଯାଇଥିଲେ ବନ୍ଧୁ ପରିଜନ । ଲଣ୍ଡା ହେବା ପରେ ସମସ୍ତେ ଗାଧୋଉଥିଲେ । ଗାଧୋଇବା ବେଳେ ନଦୀର ସୁଅରେ ଭାସି ଯାଇଥିଲେ ୨ ନାତି ମିହିର ଓ ଜ୍ୟୋତିରଞ୍ଜନ ବାରିକ । ପରିବାର ଲୋକ ତୁରନ୍ତ ଜ୍ୟୋତିରଞ୍ଜନଙ୍କୁ ଉଦ୍ଧାର କରିଥିବା ବେଳେ ଭାସି ଯାଇଥିଲେ ମିହିର ।


ଗୁରୁତର ଅବସ୍ଥାରେ ଜ୍ୟୋତିରଞ୍ଜନଙ୍କୁ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେପଟେ ନଦୀରୁ ମିହିରଙ୍କୁ ଉଦ୍ଧାର କରି ଘର ଲୋକ ମେଡିକାଲ୍ ଆଣିଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଯାହାକୁ ନେଇ ଗାଁରେ ଶୋକାକୁଳ ସ୍ଥିତି ସୃଷ୍ଟି ହୋଇଛି । ମୃତ ମିହିର ବାରିକଙ୍କୁ ୧୧ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଯାଜପୁର ଜିଲ୍ଲା ଟମକା ଅଞ୍ଚଳରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tragedy in Kamakhyanagar: 11-Year-Old Boy Drowns During Ritual Bath in Ramial River | Argus News | Argus News