Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନେବେ ଶପଥ କମ୍ଭମପତି

Rashmita Mishra
Browse all articles by Rashmita Mishra
·1 year ago
ଆସନ୍ତାକାଲି ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନେବେ ଶପଥ କମ୍ଭମପତି

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି । ଭୁବନେଶ୍ବର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର । ଆସନ୍ତାକାଲି ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନେବେ ଶପଥ । ଶପଥ ପାଠ କରାଇବେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ, ବରିଷ୍ଠ ଅଧିକାରୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ କମ୍ଭମ୍‌ପତି ।


୨୦୧୪ରେ ବିଶାଖାପାଟନାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ହରିବାବୁ । ପେଷାରେ ଇଞ୍ଜିନିୟର ହରିବାବୁ ରାଜନୀତି ପାଇଁ ଚାକିରି ଛାଡ଼ିଦେଇଥିଲେ । ଓଡ଼ିଶା ଗଭର୍ଣ୍ଣର ହେବା ପୂର୍ବରୁ ସେ ମିଜୋରାମ ରାଜ୍ୟପାଳ ଦାୟିତ୍ୱରେ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:




Sponsored
kambhapati-to-take-oath-as-27th-governor-of-odisha-tomorrow | Argus News