ELEPHANT DEATH / ବାଲିଗୁଡା ବେଲଘର ହାତୀ ଗାଏବ ଘଟଣାରେ ନିଲମ୍ବିତ ରେଞ୍ଜର ଘର ନିକଟ ମିଳିଲା ହାତୀର ମୃତଦେହ

Key Points
ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତ ହାତୀର ଦେହାଂଶ
ନିଲମ୍ବିତ ରେଞ୍ଜର ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ
ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଳଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲର ମୃତ ହାତୀକୁ ଗାଏବ ଘଟଣାରେ ନୂଆ ମୋଡ଼। । ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର ନିକଟ ମିଳିଲା ଗାଏବ ମୃତ ହାତୀର ଦେହାଂଶ । କେସିଙ୍ଗା ତହଁସିର ଯୋଜନା ନିକଟରୁ ମିଳିଛି ହାତୀର ଖଣ୍ଡ ବିଖଣ୍ଡିତ ମୃତ ଦେହ ପୋତା ହୋଇଥିଲା । ହାତୀ ପୋତିବା ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବନ ବିଭାଗକୁ ମିଳିଛି ଏହି ସଫଳତା ।
ବାଲିଗୁଡା ବନଖଣ୍ଡ ବିଭାଗ କଳାହାଣ୍ଡି ବନଖଣ୍ଡ ବିଭାଗ ମିଳିତ ଭାବେ ଖୋଜାଖୋଜି କରି ସ୍ଥାନ ଚିହ୍ନଟ ପରେ ଅଞ୍ଚଳକୁ ଗ୍ରୀନ ବ୍ୟାରିକେଡ କରି ଘୋଡାଇଥିଲେ । ଜେସିପି ଦ୍ୱାରା ମାଟି କଢା ଯାଇ ୭ଫୁଟ୍ ତଳୁ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱରରୁ ଆସି ସ୍ଵତନ୍ତ୍ର ଟାସ୍କ ଫୋର୍ସ ୪୮ ଘଣ୍ଟା କସରତ ପରେ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ।ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍ ଓ ଏହି ଘଟଣାର ତଦନ୍ତ କରୁଥିଲେ। ବୁଧବାର ଯୁଗ୍ମ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍ ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ।
ସୂଚନାଥାଉକି, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ପରେ ଫେରାର ଅଛନ୍ତି ରେଞ୍ଜର। ଏପରିକି ତଦନ୍ତରେ ସହଯୋଗ କରୁ ନାହାନ୍ତି ନିଲମ୍ବିତ ରେଞ୍ଜର। ସେପଟେ ପ୍ରାଥମିକ ତଦନ୍ତ କରିଥିବା ବାଲିଗୁଡ଼ା ଏସିଏଫ ସୂର୍ଯ୍ୟକାନ୍ତ ବେହେରା ଏବେ ସନ୍ଦେହ ଘେରରେ।
ହାତୀ ଶବ ପୋତିବା ଘଟଣାରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ।ଏହି ଅପରେସନ୍ କୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍ ବ୍ୟାରିକେଡ୍ କରି ରଖିଥିଲେ। ଜେସିବି ଦ୍ୱାରା ମାଟି କଢ଼ାଯାଇ ୭ ଫୁଟ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ। ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି । ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା।
ଚଳିତ ମାସ ୫ ତାରିଖରେ ଏକ ହାତୀ ମୃତ ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ବିଭାଗ ପକ୍ଷରୁ ପୁରା ଘଟଣାର ଖୋଳତାଡ଼ ଜାରି ରହିଛି ।
📱 Get Argus News App
✨Related Topics
Explore more stories