Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଷ୍ଟ୍ରେଚରରେ ବୁହା ହୋଇ ଜଳଯାତ୍ରା, କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଷ୍ଟ୍ରେଚରରେ ବୁହା ହୋଇ ଜଳଯାତ୍ରା, କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା

Key Points

ଜୀବନ ପାଇଁ ଜୀବନ ବାଜି
ଷ୍ଟ୍ରେଚରରେ ବୁହା ହୋଇ ଜଳଯାତ୍ରା
କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା

କନ୍ଧମାଳ ଜିଲ୍ଲା କ-ନୂଆଗାଁ ବ୍ଲକ ଗୁଡରୀ ପଡ଼ି ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ । ମୁରଡ଼ି ଗାଁର ନନ୍ଦିନୀ ପ୍ରଧାନ ନାମକ ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ପକ୍କା ସଡକ ନଥିବାରୁ ଗାଡ଼ି ଯାଇ ପାରିନଥିଲା । ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହାୟତାରେ ଷ୍ଟ୍ରେଚରରେ ବୁହା ହେଲେ ମହିଳା । ବରାନଇରେ ଜୀବନକୁ ବାଜିରେ ଲଗାଇ ହେଲେ ନଦୀପାର। ଖାଲି ଆଜିର ନୁହେଁ । ୩ଟି ଗାଁ ପାଇଁ ବିପଦ ସାଜିଛି କାଡ଼ିପେନୁ ନଦୀ। ଗୁଞ୍ଜିବାଡ଼ି ପଂଚାୟତର ଗୁଡରୀ ପଡ଼ି , ବାଣ୍ଡେସ ପଦର, ଶୁଗାମାହା ଏ ତିନୋଟି ଗାଁକୁ ଆଜି ପର୍ଯ୍ୟନ୍ତ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇ ନାହିଁ।


ପ୍ରତିଦିନ ରାସ୍ତା ଓ ପୋଲ ସମସ୍ୟା ପାଇଁ ଲୋକେ ଜୀବନକୁ ବାଜିରେ ଲଗାଇ କରନ୍ତି ଜଳ ଯାତ୍ରା। ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତା ନଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ ପରେବି ହେଉନି ସମସ୍ୟାର ସମାଧାନ ଫଳରେ ଭରା ନଦୀରେ ବାଜିରେ ଲାଗୁଛି ଜୀବନ ଓ ଜୀବିକା । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଦୁଇ ଦୁଇ ଥର ର ବିଜେଡ଼ି ବିଧାୟକଙ୍କ ନିଜ ବ୍ଲକର ବିକଳ ଚିତ୍ର। ନଦୀ ସେପଟେ ନିଜର ପରିବାର ତଥା ଜୀବନ ଓ ନଦୀ ଏପଟେ ଜୀବିକା। ଯେଉଁଥି ପାଇଁ ନିତିଦିନ ଏ ତିନି ଗାଁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ଅତିକ୍ରମ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pregnant Woman Carried on Stretcher Through Water in Kandhamal | Argus News | Argus News