Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତିନି ଜଣଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁଲୋକେ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ତିନି ଜଣଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁଲୋକେ

Key Points

ପରକିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ
ଭାଇରାଲ ହେଉଛି ଭିଡିଓ

ପୋଲିସର ତନାଘନା 

ପରକିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ। ଯାହାର ଭିଡ଼ିଓ ହେଲା ଭାଇରାଲ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁରେ। ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ନିସ୍ତୁକ ପିଟିଲେ ଗାଁ ଲୋକେ। ସୂଚନା ଅନୁସାରେ ଗତକାଲି ମହିଳା ଜଣକ ହାଟ ସଉଦା କରିବାରେ ସାହାଯ୍ୟ କରିବା ପାଇଁ ନିକଟସ୍ଥ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇଜଣ ଦିଅରଙ୍କୁ ଡାକି ଯଶିପୁର ଆସିଥିଲେ। ହେଲେ ବଜାରରୁ ଅପରାହ୍ନ ୪ ଟା ସମୟରେ ଏକ ବାଇକ ଯୋଗେ ନିଜ ଗାଁକୁ ଫେରି ଆସିବା ପରେ ଦୁଇ ଯୁବକଙ୍କ ସହ ମହିଳାଙ୍କୁ ଦେଖି ହଠାତ ମହିଳାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ସେମାନଙ୍କୁ ଗାଁ ଛକରୁ ବାଡିଆପିଟା ଆରମ୍ଭ କରିଥିଲେ।


ଏହାସହ ନିକଟସ୍ଥ ଏକ ପଡ଼ିଆରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ତିନି ଜଣଙ୍କୁ ବାନ୍ଧି ବିଧା ଗୋଇଠା ସହ ଠେଙ୍ଗା ବାଡ଼ି ଚପଲ ସାହାଯ୍ୟରେ ନିସ୍ତୁକ ପିଟିଥିଲେ ଗାଁଲୋକେ । ସନ୍ଧ୍ୟା ସମୟରେ ଖବରପାଇ ଯଶିପୁର ପୋଲିସ ଲୋକଙ୍କ ଠାରୁ ସେମାନଙ୍କୁ ଉଦ୍ଧାର କରି ଯଶିପୁର ମେଡିକାଲରେ ଭର୍ତ୍ତି କରି ଥାନାରେ ଏକ ମାମଲା ରୁଜ୍ଜୁ କରିବା ସହ ଦୁଇଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଯଶିପୁର ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kangaroo Court Over Suspected Extramarital Affair in Odisha | Argus News | Argus News