Videos
|
Odisha

Kangaroo Court / ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଗଛରେ ବାନ୍ଧି ଯୁବକ-ବିବାହିତାଙ୍କୁ ନିର୍ଯାତନା

Bikash Mohanty
Browse all articles by Bikash Mohanty
·1 hour ago·2 min read
ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଗଛରେ ବାନ୍ଧି ଯୁବକ-ବିବାହିତାଙ୍କୁ ନିର୍ଯାତନା
Kangaroo Court

Key Points

ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ
ଗଛରେ ବାନ୍ଧି ଯୁବକ-ବିବାହିତାଙ୍କୁ ନିର୍ଯାତନା
ମୟୁରଭଞ୍ଜ ବାଙ୍ଗିରିପୋଷିର ଘଟଣା 
ବାଙ୍ଗିରିପୋଷି,୧୮/୦୯: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ। ଗଛରେ ଦଉଡ଼ି ବାନ୍ଧି ଜଣେ ଯୁବକ ଓ ଦୁଇ ସନ୍ତାନର ମା'ଙ୍କୁ ଅଟକ ରଖିବା ସହ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଦୁଇ ଦିନ ପରେ ଉଭୟଙ୍କୁ ଝାରପୋଖରୀଆ ପୁଲିସ ଜିମାରେ ଦେଇଛନ୍ତି ଗ୍ରାମବାସୀ।
ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନ ଯୋକା ପଞ୍ଚାୟତରେ ଏହି ଘଟଣା ଘଟିଛି। ରତିଲା ଗ୍ରାମର ଜଣେ ଯୁବକଙ୍କ ସହ ଯୋକା ଗ୍ରାମର ଜଣେ ବିବାହିତା ମହିଳାଙ୍କର ଇନଷ୍ଟାଗ୍ରାମ ଜରିଆରେ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଉଭୟ ଭେଟାଭେଟି ହେଉଥିବା ସମୟରେ କିଛି ଗ୍ରାମବାସୀ ସେମାନଙ୍କୁ କାବୁ କରିଥିଲେ। ପରେ ଉଭୟଙ୍କୁ ଗଛରେ ଦଉଡ଼ିରେ ବାନ୍ଧି ଅଟକ ରଖାଯାଇଥିଲା। ଘଟଣାକୁ ନେଇ ଗ୍ରାମ ମୁଖିଆ ଓ ପାରମ୍ପରିକ ମାଝିମାନଙ୍କୁ ଡାକି ଏକ କଙ୍ଗାରୁ କୋର୍ଟ ବସାଯାଇଥିବା ଅଭିଯୋଗ ହୋଇଛି। ସେଠାରେ ଉଭୟଙ୍କୁ ଜେରା କରିବା ସହ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ରହିଛି।

ସବୁଠାରୁ ଚିନ୍ତାଜନକ କଥା ହେଉଛି, ଉଭୟଙ୍କୁ ପ୍ରାୟ ଦୁଇ ଦିନ ଧରି ଏଭଳି ଅବସ୍ଥାରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଥିବା କିଛି ଲୋକ ନିର୍ଯାତନାର ଦୃଶ୍ୟକୁ ମୋବାଇଲ୍‌ରେ ରେକର୍ଡ କରିଥିଲେ। ପରେ ସେହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା।
ଭିଡିଓ ଭାଇରାଲ ହେବାର ଦୁଇ ଦିନ ପରେ ଗ୍ରାମବାସୀ ଯୁବକ ଓ ମହିଳାଙ୍କୁ ଝାରପୋଖରୀଆ ପୁଲିସର ଜିମାରେ ଦେଇଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇ ଘଟଣା ସମ୍ପର୍କରେ ପଚରାଉଚରା କରୁଛି।

ପଢନ୍ତୁ ଏହି ଖବର: ଅଫିସରଙ୍କ ଟେବୁଲରେ ଛାଡ଼ିଲେ କୁକୁର, ଜାଣନ୍ତୁ କଣ ଏହାର କାରଣ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷରେ, ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ବସାଇବା ଏବଂ ଉଭୟଙ୍କୁ ବାନ୍ଧି ନିର୍ଯାତନା ଦେବା ଅଭିଯୋଗକୁ ପୁଲିସ ଗୁରୁତ୍ୱର ସହ ନେଇଛି। ଘଟଣାରେ କେଉଁମାନେ ସମ୍ପୃକ୍ତ ଥିଲେ, କିଏ ଏଭଳି କୋର୍ଟ ବସାଇଥିଲା ଏବଂ ନିର୍ଯାତନାରେ କେଉଁମାନଙ୍କ ଭୂମିକା ରହିଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସମାଜରେ ଆଇନକୁ ହାତକୁ ନେବା ଏବଂ ବେଆଇନ ଭାବେ କଙ୍ଗାରୁ କୋର୍ଟ (Kangaroo Court) ବା ଗ୍ରାମ୍ୟ ସଭା ଜରିଆରେ ପ୍ରେମୀଯୁଗଳଙ୍କୁ ଦଣ୍ଡିତ କରିବା ଏକ ଅତି ସମ୍ବେଦନଶୀଳ ଓ ବେଆଇନ ସାମାଜିକ ସମସ୍ୟା। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏଭଳି ଅନେକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଆଇନଗତ ପ୍ରକ୍ରିୟା ବାହାରେ ଯାଇ ସ୍ଥାନୀୟ କିଛି ଲୋକ ନିଜେ ନ୍ୟାୟଧୀଶ ସାଜି ପ୍ରେମୀଯୁଗଳଙ୍କ ଉପରେ କଠୋର ଦଣ୍ଡ ଜାରି କରିଥାନ୍ତି।