Videos
|
Odisha

Bargarh Dhanujatra / କ୍ରୁର ଶାସନ ପରେ ଏବେ ମହୋଦଧିରେ ପାପ ଧୋଇଲେ ମହାରାଜ କଂସ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·1 min read
କ୍ରୁର ଶାସନ ପରେ ଏବେ ମହୋଦଧିରେ ପାପ ଧୋଇଲେ ମହାରାଜ କଂସ !
Bargarh Dhanujatra

Key Points

ପୁରୀ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ନେଇଥିଲେ । ଏହାସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପ୍ରାୟଶ୍ଚିତ କରିଛନ୍ତି ।
ପାପ ଧୋଇ ପ୍ରାୟଶ୍ଚିତ କଲେ କଂସ ମହାରାଜ । ବରଗଡ଼ ଧନୁଯାତ୍ରାରେ ପ୍ରବଳ ପ୍ରତାପୀ କଂସର ବଧ ହୋଇଥିଲା । ୧୧ ଦିନ ଧରି ଚାଲିଥିବା କଂସଙ୍କ ରାଜୁତି ସମ୍ପୂର୍ଣ୍ନ ହେବାସହ କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଲ ମେହେର ପ୍ରାୟଶ୍ଚିତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା ନେଇ ସୁଶୀଲ ଓ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟାନ୍ୟ ସଦସ୍ୟ ପୁରୀରେ ପହଞ୍ଚିଥିଲେ ।

ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ କରିବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ପୁରୀ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ନେଇଥିଲେ । ଏହାସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପ୍ରାୟଶ୍ଚିତ କରିଛନ୍ତି ।



ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଥିଲେ। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମିତିର ସଂପାଦକ ସୁରେଶ୍ୱର ଶତପଥିଙ୍କ ସଂଯୋଜନାରେ ବୈଠକରେ କଳାକାର ଚୟନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ୩ ବର୍ଷରେ ଥରେ କଳାକାର ଚୟନ ପ୍ରକ୍ରିୟା ହୁଏ। ଏଥିପାଇଁ ଏଥର କଳାକାର ଉପଦେଷ୍ଟା କମିଟିକୁ ଚୟନ ଦାୟିତ୍ୱ ଦିଆଯାଇଥିଲା। ୫ ଜଣିଆ ଜୁରି କମିଟି ଗଠନ କରାଯାଇ ମହାରାଜ କଂସଙ୍କଠାରୁ ନେଇ ସମସ୍ତ କଳାକାରମାନଙ୍କୁ ଚୟନ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା।

Related Topics

Explore more stories