ପାଣି ଉଠାଉଥିବାବେଳେ କେନାଲରେ ଭାସିଗଲେ କାଉଡ଼ିଆ
·1 year ago

କଟକ: ତାଳଦଣ୍ଡା କେନାଲ ଭଦୀମୂଲ ଠାରେ ଅଘଟଣ । ବୋଲବମ ପାଇଁ ପାଣି ଉଠାଉଥିବାବେଳେ କେନାଲରେ ଭାସିଗଲେ କାଉଡ଼ିଆ । ଭଦୀମୂଳ ଠାରେ ଘଟିଛି ଏହି ଦୁର୍ଘଟଣା । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି ଜାରି ରହିଛି ।
ରାତି ପାହିଲେ ଶ୍ରାବଣ ମାସ ତୃତୀୟ ସୋମବାର । ଶିବଲିଙ୍ଗ ଉପରେ ପାଣି ଢାଳିବାକୁ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଗୁଡିକୁ କାଉଡିଆମାନେ ପାଣି ନେଇ ଯାଉଛନ୍ତି । ରାତି ପାହିଲେ ଶୈବାଳୟରେ ଭିଡ ଜମିବ ।
ଲଗାଣ ବର୍ଷାରେ ନଦୀର ଜଳସ୍ତର ବଢିଥିବାବେଳେ ଅସାବଧାନତା ବସତଃ ବାରମ୍ବାର ଅପରି ଅଘଟଣ ଘଟୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: