Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Karendra Majhi: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ, ବାଲିଗୁଡ଼ାରେ ଶୋକର ଛାୟା

Sushanta Sahoo
Browse all articles by Sushanta Sahoo
·10 months ago
Karendra Majhi: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ, ବାଲିଗୁଡ଼ାରେ ଶୋକର ଛାୟା

Key Points

ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି କରେନ୍ଦ୍ର । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ବାଲିଗୁଡ଼ା: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି କରେନ୍ଦ୍ର । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ବାଲିଗୁଡ଼ା ସହ କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।


୨୦୦୪ ଓ ୨୦୦୯ରେ କରେନ୍ଦ୍ର ବିଜେପି ଟିକେଟରେ ବାଲିଗୁଡ଼ା ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କୁଟିଆ କନ୍ଧ ସମ୍ପ୍ରଦାୟରୁ ଆସୁଥିବା କରେନ୍ଦ୍ର ଥିଲେ ତାଙ୍କ ସମ୍ପ୍ରଦାୟର ପ୍ରଥମ ପୋଷ୍ଟ ଗ୍ରାଜୁଏଟ୍ । ଏହାଛଡ଼ା କୁଟିଆ କନ୍ଧଙ୍କ କୁଇ ଭାଷାରେ ସେ ୩ଟି ବହି ମଧ୍ୟ ଲେଖିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored