Kartik Purnima / କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସଜେଇ ହେଉଛି ବୋଇତ… ଡଙ୍ଗାରେ ନିଶାମୁକ୍ତି ଓ ପରିବେଶ ସୁରକ୍ଷାର ବାର୍ତ୍ତା
·1 hour ago·3 min read

Key Points
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଖୋର୍ଦ୍ଧାରେ ତିଆରି ହେଉଛି ଆକର୍ଷଣୀୟ ଡିଜାଇନର ବୋଇତ
ସୋଲ ଡଙ୍ଗାରେ ନିଶାମୁକ୍ତି ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଶିଳ୍ପୀ କେଳୁଚରଣ ଦାସ
୩୦ ବର୍ଷର କାରିଗରୀରେ ୫ରୁ ୫୦୦ ଟଙ୍କା ମୂଲ୍ୟର ଡଙ୍ଗା ତିଆରି କରୁଛନ୍ତି ପ୍ରଫୁଲ୍ଲ ସାହୁ
ଆଉ କିଛି ଦିନ ପରେ ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ବୋଇତ ବନ୍ଦାଣ ପରମ୍ପରାକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି କାରିଗରଙ୍କ କର୍ମଶାଳା। ଗ୍ରାହକଙ୍କ ମନ ଜିଣିବା ପାଇଁ ତିଆରି ହେଉଛି ଭଳିକି ଭଳି ଆକର୍ଷଣୀୟ ଡଙ୍ଗା। ରଙ୍ଗବେରଙ୍ଗର ସାଜସଜ୍ଜା ସହ ଛୋଟରୁ ବଡ଼ ବିଭିନ୍ନ ଡିଜାଇନର ଡଙ୍ଗା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି କାରିଗର। କେଉଁଠି କଦଳୀ ପାଟୁକା ଡଙ୍ଗା, କେଉଁଠି ସୋଲ ଡଙ୍ଗା, କେଉଁଠି କାଗଜ ଆଉ ଲାଇଟ୍ ରେ ସଜା ହୋଇଥିବା ସୁନ୍ଦର ଡଙ୍ଗା। ପ୍ରତିଟି ଡଙ୍ଗାରେ ଝଲସୁଛି ଓଡ଼ିଆ ପରମ୍ପରା ଆଉ ଅସ୍ମିତା।
କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ମନେ ପଡ଼େ ଓଡ଼ିଆ ଜାତିର ଗୌରବମୟ ସାଧବ ପୁଅଙ୍କ ନୌବାଣିଜ୍ୟ ଇତିହାସ । ଭୋରରୁ ନଦୀ, ପୋଖରୀ ଓ ଜଳାଶୟରେ ଡଙ୍ଗା ଭସାଇ ଆ କା ମା ବୈ, ପାନ ଗୁଆ ଥୋଇ' ଗାଇ ଉଠେ ପୁରପଲ୍ଲୀ। ଦିନ ଥିଲା ଲୋକେ କଦଳୀ ପାଟୁକାରେ ଛୋଟ ଛୋଟ ଡଙ୍ଗା ତିଆରି କରି ସେଥିରେ ଦୀପ, ଧୂପ ଓ ପାନଗୁଆ ରଖି ଜଳରେ ଭସାଉଥିଲେ। କିନ୍ତୁ ସମୟ ବଦଳିବା ସହ ବଦଳିଛି ଡଙ୍ଗା ତିଆରିର ଶୈଳୀ । ପାରମ୍ପରିକ କଦଳୀ ପାଟୁକାର ଡଙ୍ଗା ସ୍ଥାନରେ ଏବେ ସୋଲ, କାଗଜ ଓ ବିଭିନ୍ନ ସାମଗ୍ରୀରେ ତିଆରି ହେଉଛି ଆକର୍ଷଣୀୟ ବୋଇତ । କେଉଁଠି ରଙ୍ଗବେରଙ୍ଗ ଆଲୋକର ସଜା ତ କେଉଁଠି ବ୍ୟାଟେରି ଓ ମୋଟରରେ ଚାଲୁଥିବା ଡଙ୍ଗା। ଏହି ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ। ତେବେ ଏଥର ଡଙ୍ଗା ତିଆରିରେ କେବଳ ସୌନ୍ଦର୍ଯ୍ୟ ନୁହେଁ, ସାମାଜିକ ସଚେତନତାର ବାର୍ତ୍ତା ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି ସିକୋ ଅଞ୍ଚଳର ଶିଳ୍ପୀ କେଳୁଚରଣ ଦାସ। ସୋଲରେ ନିର୍ମିତ ନିଜ ବୋଇତକୁ ସେ ନିଆରା ଢଙ୍ଗରେ ସଜାଇବା ସହ ଏଥିରେ ନିଶାମୁକ୍ତି ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି।
ଗ୍ରାମାଞ୍ଚଳରେ ବଢ଼ୁଥିବା ନିଶା କାରବାର ଓ ନିଶା ସେବନ ଯୋଗୁଁ ପଥଭ୍ରଷ୍ଟ ହେଉଥିବା ଯୁବପିଢ଼ିଙ୍କୁ ନେଇ ସେ ଚିନ୍ତିତ। ତେଣୁ ତାଙ୍କ ବୋଇତରେ ନିଶା ନୁହେଁ ନୁଆ ଜୀବନ, ନିଶା ମୁକ୍ତ ହେଉ ଆମ ଭୁବନ ବୋଲି ବାର୍ତ୍ତା ଦେବା ସହ ଗଛ ଲଗାଅ, ଜୀବନ ବଞ୍ଚାଅର ସନ୍ଦେଶ ରହିଛି। ପାରମ୍ପରିକ ବୋଇତ ଭସାଣିକୁ ସାମାଜିକ ପରିବର୍ତ୍ତନର ମାଧ୍ୟମ କରିବାକୁ ତାଙ୍କର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। ଗାଁରେ ନିଶା କାରବାର ବୃଦ୍ଧି ଏବଂ ଏହା ଦ୍ୱାରା ସମାଜରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କେଳୁ ଚରଣଙ୍କ ଏହି ବୋଇତ କରି ସଚେତନ ବାର୍ତ୍ତା ପ୍ରଦାନ କରିଥିବା କହିଛନ୍ତି। ସେହିଭଳି ପ୍ରବଳ ନିଶା ସେବନ କରି ଏବେ ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଏମବିଏ ଡିଗ୍ରୀ ଧାରୀ ମାନସ ରଣସିଂହ କହିଛନ୍ତି ମୁଁ ସବୁ ନିଶା ଖାଉଥିଲି ଏବଂ ନିଶା କିପରି ମୋର ସବୁ ବର୍ବାଦ କରିଦେଇଛି ତାହା ମୁଁ ଜାଣିଛି । କେଳୁ ଭାଇ ଯେଇଁ ବୋଇତ କରି ସଚେତନ ବାର୍ତ୍ତା ଦେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ।
ସେହିପରି ପିଚୁକୁଳି ଅଞ୍ଚଳର ପ୍ରଫୁଲ୍ଲ କୁମାର ସାହୁ ନିଜର ନିଆରା କାରିଗରୀ ପାଇଁ ବେଶ ପରିଚିତ । କାଗଜ ଓ ସୋଲରେ ବିଭିନ୍ନ ଆକୃତିର ଡଙ୍ଗା ତିଆରି କରିବା ସହ ସେଥିରେ ବ୍ୟାଟେରି, ଲାଇଟ ଓ ମୋଟର ଲଗାଇ ଆକର୍ଷଣୀୟ ବୋଇତ ପ୍ରସ୍ତୁତ କରୁଛନ୍ତି । ତାଙ୍କ ହାତ ତିଆରି ଡଙ୍ଗାର ମୂଲ୍ୟ ମାତ୍ର ୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଭୁବନେଶ୍ୱର, ଖୋର୍ଦ୍ଧା ଓ ସୁନାଖଳା ବଜାରରେ ସେ ଏହି ଡଙ୍ଗା ବିକ୍ରି କରୁଛନ୍ତି । ଦୀର୍ଘ ୩୦ ବର୍ଷ ଧରି ଏହି କାରିଗରୀ ସହ ଜଡ଼ିତ ଥିବା ପ୍ରଫୁଲ୍ଲଙ୍କ ଡଙ୍ଗା ପ୍ରତି ଗ୍ରାହକଙ୍କ ଚାହିଦା ମଧ୍ୟ ଭଲ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମୟ ବଦଳିଛି, ଡଙ୍ଗାର ରୂପ ବଦଳିଛି, କିନ୍ତୁ ବୋଇତ ବନ୍ଦାଣର ଭାବନା ଓ ଓଡ଼ିଆ ପରମ୍ପରା ପ୍ରତି ଲୋକଙ୍କ ଆସ୍ଥା ଆଜି ବି ଅତୁଟ ରହିଛି । ଏହି ପରମ୍ପରାକୁ ନୂଆ ପିଢ଼ିଙ୍କ ନିକଟରେ ଆକର୍ଷଣୀୟ କରିବା ସହ ସାମାଜିକ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ଖୋରଧାର ଏହି ଦୁଇ କାରିଗରଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ । ସେହିଭଳି ଶିଳ୍ପୀ ପ୍ରଫୁଲ କୁମାର ସାହୁ କହିଛନ୍ତି ମୁଁ ୩୦ ବର୍ଷ ହେବ ଡ଼ଙ୍ଗା ପ୍ରସ୍ତୁତ କରୁଛି। ସମୟର ତାଳେ ତାଳେ ଲୋକଙ୍କ ଚାହିଦା ପାଇଁ ଆଧୁନିକ ଶୈଳୀରେ ବୋଇତ ପ୍ରସ୍ତୁତ କରିଛି । ପାଞ୍ଚ ଟଙ୍କାରୁ ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଡ଼ଙ୍ଗା ପ୍ରସ୍ତୁତ କରି ବ୍ୟବସାୟ କରୁଛି। ସେହିଭଳି ବାଘମାରିର ସମାଜସେବୀ କଳ୍ପତରୁ ପଣ୍ଡା କହିଛନ୍ତି କେଳୁ ଭାଇ ଜଣେ ବିଚକ୍ଷଣ ପ୍ରତିଭା, ସେ ପବିତ୍ର କାର୍ତିକ ମାସରେ ବୋଇତ ପ୍ରସ୍ତୁତ କରି ରାଜ୍ୟର ଦୁଇଟି ପ୍ରମୁଖ ସମସ୍ୟା ସାମ୍ନାକୁ ଆଣିଛନ୍ତି ଯାହା ସ୍ୱାଗତଯୋଗ୍ୟ।
Related Topics
Explore more stories