Videos
|
Odisha

25000 ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ  

Smruti Parija
Browse all articles by Smruti Parija
·1 year ago
25000 ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ  

ରାୟଗଡା: ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ ଯନ୍ତ୍ରୀ ପୁର୍ଣଚନ୍ଦ୍ର ଚୌଧୁରୀ I 25000 ଟଙ୍କା ଲାଞ୍ଚ ନେବା ଅଭିଯୋଗରେ  ରାୟଗଡା ସ୍ଥିତ ବାସଭବନରୁ ଗିରଫ କଲା ଭିଜିଲାନ୍ସ । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେବା ମାମଲବରେ ଗିରଫ କରିଛି। 

ରାୟଗଡ଼ା ଜିଲ୍ଲା ରାଣୀଗୁଡା ଫାର୍ମ ପ୍ରଥମ ଧାଡ଼ିରେ ଥିବା ବାସଭବନରେ କ୍ଷେତ୍ର ମାଝିଙ୍କ ଠାରୁ 25 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ ଯନ୍ତ୍ରୀ । MGNRGA  କାମର ବିଲ ପାସ କରିଦେବା ପାଇଁ ୨୫ହଜାର ଟଙ୍କା ନେଉଥିଲେ ଲାଞ୍ଚ। ତେବେ ଗିରଫ ହେବା ପରେ ଦେହ ଅସୁସ୍ଥ ଥିବା ବାହାନା କରିବା ଥିଲେ ପୂର୍ଣ୍ଣ ଚନ୍ଦ୍ର। ପରେ ତାଙ୍କୁ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kashipur Block Engineer Poorchandra Choudhury-on-vigilance-net | Argus News