Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଶ୍ମୀରବାସୀଙ୍କୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍

Odisha

କାଶ୍ମୀରବାସୀଙ୍କୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍

Rashmita Mishra
Browse all articles by Rashmita Mishra
·1 year ago·2 min read
କାଶ୍ମୀରବାସୀଙ୍କୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍

କାଶ୍ମୀରବାସୀଙ୍କୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍ । ଏପ୍ରିଲ ୧୯ରେ କଟାରାରୁ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଉଧମପୁରରେ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁର ଉଦଘାଟନ କରିବେ ପିଏମ୍‌। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। କାଶ୍ମୀର ସହ ଭାରତକୁ ରେଳ ସଂଯୋଗିକରଣ ପାଇଁ ୧୯୯୭ ମସିହାରେ ଏହି ରେଳ ଲିଙ୍କ୍ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ରେଳ ପ୍ରକଳ୍ପ ପାଇଁ ପାଣିପାଗ ସମେତ ଅନେକ ଚ୍ୟାଲେଞ୍ଜ ରହିଥିଲା। ତେବେ ୧୧୯ କିଲୋମିଟର ରେଳ ପ୍ରକଳ୍ପରେ ୩୮ଟି ସୁଡଙ୍ଗ ରହିଛି । ଏଥିସହ ୯୨୭ଟି ପୋଲ ରହିଛି। ଏଥିମଧ୍ୟରୁ ଚେନାବ ବ୍ରିଜ ଅନ୍ୟତମ। କଟାରାରୁ କାଶ୍ମୀର ରେଳ ସଂଯୋଗ ପାଇଁ ବହୁ ଦିନ ଧରି ଦାବି ହୋଇଆସୁଥିଲା। ଉଧମପୁର-ଶ୍ରୀନଗର- ବାରାମୁଲା ପ୍ରକଳ୍ପରେ ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁଁ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଯାତ୍ରା ସୁଗମ ସହିତ ସମୟ ମଧ୍ୟ କମିବ।

କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ସରିଛି । ଏହି ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ଆଖି ଆଗରେ ରଖି ଏହି ଟ୍ରେନ୍‌କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି। ବହୁ ପ୍ରତୀକ୍ଷିତ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍‌ ପ୍ରକଳ୍ପ ଏପ୍ରିଲ ୧୯ରେ ଶୁଭାରମ୍ଭ ହେବ ।

କାଶ୍ମୀର ସହ ଭାରତକୁ ରେଳ ସଂଯୋଗିକରଣ ପାଇଁ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା। ମାତ୍ର ପାହାଡ଼ ଉପରେ ଟ୍ରାକ୍‌ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଏହା ସମ୍ଭବ ହୋଇ ନ ଥିଲା। ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ତୁଷାରପାତ ଏବଂ ମାଇନସ୍‌ ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ।

ଏଥିପାଇଁ ଡ୍ରାଇଭର କୋଚ୍‌ରେ ଡ୍ରାଇଭର ସିଟ୍‌ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି। ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ଅନେକ କାମ କରାଯାଇଛି। ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବାବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍‌କୁ ଗରମ ରଖିବ। ଉତ୍ତାପ ହେତୁ ଏହାକୁ ଡିଫ୍ରଷ୍ଟ କରିବା ସହଜ ହେବ। ଇଞ୍ଜିନର ୱିଣ୍ଡସ୍କ୍ରିନରେ ସ୍ଥାପିତ ୱାପରର ୱାଶରରେ ଗରମ ପାଣି ଛିଞ୍ଚିବ, ଯେଉଁ କାରଣରୁ ଏଠାରେ ତୁଷାର ଜମା ହେବନାହିଁ। ଏପରିକି ଏହା ବାଷ୍ପ ସୃଷ୍ଟି କରିବ ନାହିଁ। ଫଳରେ ଟ୍ରେନ୍‌ ଚଲାଇବାରେ କୌଣସି ଅସୁବିଧା ହେବ ନାହିଁ।

ସମସ୍ତ କୋଚ୍‌ରେ ଉତ୍ତମ ଥର୍ମୋଷ୍ଟାଟ ବ୍ୟବହାର କରାଯାଇଥିବାରୁ ଏହା ମାଇନସ୍‌ ତାପମାତ୍ରାରେ ମଧ୍ୟ ଲୋକଙ୍କ ଯାତ୍ରା ଆରାମଦାୟକ ରହିବ। ଜଳ ଯୋଗାଣ ପାଇପରେ ମଧ୍ୟ ଡବଲ ଟ୍ରିପଲ ଇନ୍‌ସୁଲେସନ ଅଛି। ଯେଉଁ କାରଣରୁ ପାଇପରେ ପାଣି ବରଫ ହେବ ନାହିଁ। ୱାଶରୁମ୍‌ର ଆକାର ମଧ୍ୟ ବୃଦ୍ଧି କରାଯାଇଛ। ଏହା ବ୍ୟତୀତ, ଫ୍ଲାସ୍‌ ସିଷ୍ଟମ ମାଇନସ୍‌ ତାପମାତ୍ରାରେ ଜାମ୍‌ ନ ହେବା ପାଇଁ, ଏଠାରେ ଗରମ ପ୍ୟାଡ୍‌ ମଧ୍ୟ ସ୍ଥାପନ କରାଯାଇଛି। ତୁଷାରପାତ ସମୟରେ ବ୍ରେକ୍‌ ଠିକ୍‌ ଭାବରେ କାର୍ଯ୍ୟ କରିପାରିବ ବୋଲି ଧ୍ୟାନରେ ରଖି ଟେକ୍ନୋଲୋଜି ମାଧ୍ୟମରେ ଆର୍ଦ୍ରତା ଦୂର ହୋଇଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kashmiris-will-get-the-first-bande-bharat-express-train | Argus News