Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଲକାନଗିରିରୁ ଆମେରିକା, କାବ୍ୟାର କାହାଣୀ...

Smruti Parija
Browse all articles by Smruti Parija
·2 years ago·2 min read
ମାଲକାନଗିରିରୁ ଆମେରିକା, କାବ୍ୟାର କାହାଣୀ...

କୋରାପୁଟ: ଦିନେ ରାସ୍ତା କଡେ ପଡି କୁଆଁ କୁଆଁ କାନ୍ଦୁଥିଲେ । ଛୁଆଟି କେମିତି ବଞ୍ଚି ଯାଉ ଭାବି କୋଳେଇ ନେଇଥିଲା ଏହି ଶିଶୁ ଯତ୍ନ କେନ୍ଦ୍ର । ବୟସ ଥିଲା ମାତ୍ର 13 ମାସ । ପ୍ରାୟ ବର୍ଷେ ଏଇଠି ରହିଲେ । ସାଙ୍ଗସାଥୀ ବନାଇଲେ । ହେଲେ ଆଦିବାସୀ ଇଲାକାର ଏହି କୁନି ଝିଅଟି ଯେ ଆମେରିକା ଯିବ ସେଠି ପାଠ ପଢିବ ସମସ୍ତଙ୍କ ପାଇଁ ଥିଲା ସ୍ୱପ୍ନ । ଏବେ କାବ୍ୟା ଆଉ ଓଡିଆ ବୁଝି ପାରୁନି । ଅନର୍ଗଳ ଇଂରାଜୀ କହୁଛି । ଆଉ ତା ଇଂରାଜୀ ଶୁଣି ସମସ୍ତଙ୍କୁ ଭାରି ଖୁସି ଲାଗୁଛି । 

ଏ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦରମହକୁମା ସ୍ଥିତ ପୋଷ୍ୟ ସନ୍ତାନ କେନ୍ଦ୍ରର ଦୃଶ୍ୟ। ପୋଷ୍ୟ  ଅନୁଷ୍ଠାନର  ସଂପାଦକ ଦେବେନ୍ଦ୍ର କୁମାର ବେହେରା ଦେଇ ଥିବା ସୂଚନା ଅନୁସାରେ ଗତ ୨୦୧୬ ମସିହାରେ କାବ୍ୟାକୁ  ମାଲକାନଗିରି ଜିଲ୍ଲାରୁ ଉଦ୍ଧାର କରାଯାଇ ଥିଲା । ତାଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖି ଏକ ବର୍ଷ ଲାଳନ ପାଳନ କରାଯାଇ ଥିଲା । 

ସେତିକି ବେଳେ ଆମେରିକାରେ ରହୁଥିବା ଏହି ଭାରତୀୟ ଦମ୍ପତ୍ତି ପୋଷ୍ୟ ସନ୍ତାନ ପାଇଁ ଅନଲାଇନରେ ଆବେଦନ କରିଥିଲେ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ଥିଲେ ମଧ୍ୟ ଝିଅର ଆବଶ୍ୟକତା ଥିବାରୁ କୋରାପୁଟ ଦଶମନ୍ତପୁର ଠାରେ ଥିବା  ଶିଶୁ ଯତ୍ନ କେନ୍ଦ୍ରକୁ ଆସିଥିଲେ । କାବ୍ୟା ତାଙ୍କୁ ଭାରି ଭଲ ଲାଗିଥିଲା । ଝିଅକୁ  ସରକାରୀ ଆଇନ୍ ଅନୁସାରେ କାଗଜପତ୍ର କରି ନେଇଥିଲେ । ଏହି ଦମ୍ପତିଙ୍କ ମଧ୍ୟରୁ  ସ୍ବାମୀ ଏକ କମ୍ପାନୀର ଅଧ୍ୟକ୍ଷ ଥିବାବେଳେ ସ୍ତ୍ରୀ ମଧ୍ୟ ଆମେରିକାର ଏକ କଲେଜରେ ଅଧ୍ୟକ୍ଷା ଥିବା ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ 7 ବର୍ଷ ପରେ ଝିଅକୁ ଧରି ପୋଷ୍ୟ ସନ୍ତାନ କେନ୍ଦ୍ରକୁ ବୁଲିବାକୁ ଆସିଛନ୍ତି ଏହି ଦମ୍ପତ୍ତି । ବର୍ତ୍ତମାନ କାବ୍ୟା ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ସେ କାହାରିକୁ ଜାଣିପାରୁନଥିଲେ ବି ଶିଶୁ ଯତ୍ନ କେନ୍ଦ୍ରର କର୍ମଚାରୀ ତାକୁ ଦେଖି ଭାବବିହ୍ୱଳ ହୋଇପଡିଛନ୍ତି । କେବେ ସ୍ୱପ୍ନରେ ବି ଭାବିନଥିଲୁ ଏହି ଆଦିବାସୀ ଝିଅର ଜୀବନ ଏତେ ଉଜ୍ଜ୍ୱଳ ବୋଲି କହିଛନ୍ତି କର୍ମଚାରୀମାନେ । 
ସେପଟେ କୁନି ଝିଅ ଆମେରିକାକୁ ସାଙ୍ଗରେ ଆଣିଥିବା ଖାତା, ପେନ୍, ଖେଳ ସାମଗ୍ରୀ ଏଟାକାର ପିଲାଙ୍କୁ ବାଣ୍ଟିଛନ୍ତି । କିଛି ସମୟ ତାଙ୍କ ସହ ହସ ଖୁସି ମଜା ମସ୍ତି କରିଛନ୍ତି ।  
 

Sponsored