Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରାପଡା ବଡ଼ପଡା ଯୁବତୀଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ?

Rashmita Mishra
Browse all articles by Rashmita Mishra
·11 months ago·2 min read
କେନ୍ଦ୍ରାପଡା ବଡ଼ପଡା ଯୁବତୀଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ?

Key Points

ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ସନ୍ଦେହ
ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ
ସେପଟେ ଯୁବତୀଙ୍କ ମୃତ୍ୟୁକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ
କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି
ବିଜେପି କହିଲା, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ

କେନ୍ଦ୍ରାପଡ଼ା ଯୁବତୀ ଜଳିଯିବା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ପୋଲିସ ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ବଡ଼ ପ୍ରଶ୍ନ କେମିତି ମଲେ ବଡ଼ପଡ଼ା ପୀଡିତା ? ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା ? ପିଡିତାଙ୍କ ହାତ ବନ୍ଧା ହୋଇଥିବା କଥାରେ କେତେ ରହିଛି ସତ୍ୟତା ? ଯୁବତୀ ଜଣଙ୍କର ହତ୍ୟା ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ? ସେନେଇ ତଦନ୍ତ କରାଯାଉଛି । କେନ୍ଦ୍ରାପଡା ଏସପି କହିଛନ୍ତି, ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତଦନ୍ତରେ ଟ୍ରାନ୍ସପାରେନ୍ସି ପାଇଁ ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯିବ । ଅନ୍ୟପଟେ ଅଭିଯୋଗ ଆସିଥିବା ASI ଶୈଳେନ୍ଦ୍ର ପଲାଇ ପୋଲିସ ମୁଖ୍ୟାଳୟରେ ରହିବେ ।
ବାଇଟ-କେନ୍ଦ୍ରାପଡା ଜିଲ୍ଲାପାଳ । 


ଅନ୍ୟପଟେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ଆରମ୍ଭ ହଇଯାଇଛି ରାଜନୈତିକ ବୟାନବାଜି । ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି, ବିଜେପି ସରକାରଙ୍କ ଅବହେଳା ପାଇଁ ରାଜ୍ୟରେ ତିନି ତିନିଟି ଝିଅ ଜୀବନ ହାରିଲେଣି । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବିରୋଧୀ ଦଳ ଉଇପମୁଖ୍ୟ ସଚେତକ ପ୍ରତାପ ଦେବ । ଏହି ଘଟଣାରେ ପୋଲିସର ଅବହେଳା ଜଣାପଡିଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହାର ଜବାବରେ ବିଜେପି କହିଛି,କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ ।

ଆସନ୍ତା ୧୦ ତାରିଖରେ ବଳଙ୍ଗା ପିଡିତାଙ୍କ ପାଇଁ ନାରୀ ନ୍ୟାୟ ପଦଯାତ୍ରା କରିବ କଂଗ୍ରେସ । ଅଗଷ୍ଟ ୧୪ରେ ବାଲେଶ୍ବର ଏଫଏମ କଲେଜରୁ ନ୍ୟାୟ ପଦଯାତ୍ରା କରିବ କଂଗ୍ରେସ । ବଡ଼ ପ୍ରଶ୍ନ ବିରୋଧୀଙ୍କ ଏହି ପଦଯାତ୍ରା ପୀଜିତାଙ୍କୁ ନ୍ୟାୟ ପାଇଁ ନା ରାଜନୀତି ପାଇଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kendrapara-badapara-young-womans-death-murder-or-suicide | Argus News