Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭର୍ତ୍ତୃହରିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଅନୁଭବ : କହିଲେ....

Odisha

ଭର୍ତ୍ତୃହରିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଅନୁଭବ : କହିଲେ....

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଭର୍ତ୍ତୃହରିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଅନୁଭବ : କହିଲେ....

Key Points

  • ଭର୍ତ୍ତୃହରିଙ୍କ ଶରଣରେ ଅନୁଭବ
  • ବିଜେଡି ଛାଡିବା ନେଇ ପୁଣି ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ଏବେ ଅନୁଭବ-ଭର୍ତ୍ତୃହରିଙ୍କ ଫଟୋ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । କାରଣ ହୋଲି ପରି ପର୍ବରେ କଟକ ସାଂସଦଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ କେନ୍ଦ୍ରାପଡା ସାଂସଦ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଭର୍ତ୍ତୃହରି ମହତାବ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବିଜେଡି ଛାଡିଥିବା ନେଇ କହିଥିଲେ । ଆଉ ଅନୁଭବଙ୍କର ବି ସମଦଶା । ସେ ଚାହୁଁଥିଲେ ବି ଦଳ ତାଙ୍କୁ ଯଥାତିତ ସମ୍ମାନ ଦେଉନାହିଁ । ତେଣୁ ସେ ବି ଖୁବଶୀଘ୍ର ପଦ୍ମ ପୋଖରୀରେ ବୁଡ ଦେବେ ବୋଲି ଚର୍ଚ୍ଚା ଜୋର ।

ହୋଲି ରଙ୍ଗରେ ସମସ୍ତେ ମସଗୁଲ ଥିଲେ, ସମସ୍ତେ ମତୁଆଲା ବି ଥିଲେ । ହେଲେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ସମସ୍ତଙ୍କ ମନରେ ସତେ ଯେମିତି ଲାଗିଥିଲା ହୋଲିର ରାଜନୈତିକ ରଙ୍ଗ । ଲାଗିବା ବି ସ୍ଵାଭାବିକ କଥା । କାରଣ ଦୁଇ ସାଂସଦ ଦଳରୁ ଅଣଦେଖା ହେବା ପରେ ଗୋଟିଏ ସ୍ଥାନରେ ବସିଥିଲେ, ଆଲୋଚନା ବି କରିଥିଲେ । ଅବଶ୍ୟ ଆଲୋଚନା କାହା ଉପରେ ହୋଇଥିଲା ? ସେନେଇ କୌଣସି ସ୍ପଷ୍ଟ ସୂଚନା ଆମ ପାଖରେ ନାହିଁ । ହେଲେ ରାଜନୀତିରେ ଚର୍ଚ୍ଚା ଜୋର ଧିରିଛି ।

କୁହାଯାଉଛି କି, ଅନୁଭବ ଗତକାଲି ଭର୍ତ୍ତୃହରିଙ୍କ ଆର୍ଶୀବାଦ ନେଇଥିଲେ । କୁହାଯାଉଛି କି, କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଥିଲେ ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ଅନୁଭବ ମହାନ୍ତି । ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ତଥାପି ସମୟ ଓ ପରିସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି । ମୋଟ୍‌ ଉପରେ ଅନୁଭବ ନିଜ ପାରିବାରିକ ମାମଲାରେ ଛନ୍ଦି ହେବା ପରେ ଦଳରୁ ଅଲୋଡା ହୋଇଥିଲେ । କିନ୍ତୁ ଗତକାଲିଠୁ ପୁଣି ଚର୍ଚ୍ଚାରେ ଅନୁଭବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Argus Whatsapp Channel Mobile Top
Sponsored
Kendrapara MP Anubhav Mohanty | Argus News