COW MAFIA / ଗୋ-ମାଫିଆଙ୍କର ବ୍ୟାଙ୍କ ବାଲାନସ୍ ଦେଖି ତାଜୁବ୍ କେନ୍ଦୁଝର ପୋଲିସ
·5 months ago·2 min read

Key Points
ଗୋ-ମାଫିଆଙ୍କ ବ୍ୟାଙ୍କ ବାଲାନସ୍ ଦେଖି ତାଜୁବ୍ କେନ୍ଦୁଝର ପୋଲିସ
୪ କୋଟି ୪୦ ଲକ୍ଷ ଟଙ୍କା ଓ ୫୦ରୁ ଉର୍ଧ୍ବ ଲକର୍ ଠାବ
ସମ୍ପତ୍ତି ବାଜ୍ୟାପ୍ତି ହେବ କହିଲେ ମନ୍ତ୍ରୀ

ଗୋ-ମାଫିଆଙ୍କର ବ୍ୟାଙ୍କ ବାଲାନସ୍ ଦେଖି ତାଜୁବ୍ ହେଲା କେନ୍ଦୁଝର ପୋଲିସ । କେନ୍ଦୁଝର ପୋଲିସ ପକ୍ଷରୁ ଗୋମାଫିଆଙ୍କର ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଯାଞ୍ଚ ଆରମ୍ଭ ହୋଇଛି । ସମୁଦାୟ ୫ଟି ଜିଲ୍ଲାରେ ପୋଲିସକୁ ମିଳିଥିବା ଗୋମାଫିଆଙ୍କ ର ୨୦୦ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ଏଯାଏ ୧୨୧ଟି ବ୍ୟାଙ୍କ ଏକାଉଣ୍ଟ ଯାଞ୍ଚରେ ୪ କୋଟି ୪୦ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ, ଏଥିରେ ୫୦ରୁ ଉର୍ଧ୍ବ ଲକର୍ ଥିବା ପୋଲିସ ଜାଣିବାକୁ ପାଇଛି । ଗୋମାଫିଆଙ୍କର ଆହୁରି ୭୯ଟି ବ୍ୟାଙ୍କ ଆକାଉଣ୍ଟ ସହ, ଲକର୍ ଯାଞ୍ଚ ହେବାକୁ ବାକି ଥିବା କେନ୍ଦୁଝର ପୋଲିସ ତରଫରୁ ସୂଚନା ମିଳିଛି । ଗତ ୧୭ ତାରିଖରେ ୫ଟି ଜିଲ୍ଲାର ଗୋମାଫିଆଙ୍କର ୪୬ଟି ଠିକଣାରେ ବଡ଼ ଧରଣର ଚଢ଼ାଉ କରିଥିଲା କେନ୍ଦୁଝର ପୋଲିସ । ଏହି ଚଢ଼ାଉରେ ୧୦ ଜଣଙ୍କୁ ଗିରଫ କରିବା ସହ, ସେମାନଙ୍କଠାରୁ ୧କୋଟି ୫୨ଲକ୍ଷ ନଗଦ ଟଙ୍କା, ୧କେଜି ସୁନା, ୩କେଜି ରୁପା, ବହୁ ୪ ଚକିଆ ଓ ୨ଚକିଆ ଗାଡ଼ି ଜବତ କରିଥିଲା ପୋଲିସ ।
ଗତ ୧୮ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ଗୋ-ମାଫିଆଙ୍କ ଆଡ୍ଡା ଉପରେ ହୋଇଥିଲା ବଡ଼ ଧରଣର ରେଡ୍ । ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ ଭୁବନେଶ୍ବରରେ ଘନ ଘନ ଚଢ଼ାଉ କରିଥିଲା ପୋଲିସ । ଘଟଣାରେ ୯ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କଠାରୁ ୧ କୋଟି ୪୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ସେପଟେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ କହିଛନ୍ତି ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ ।
କେବଳ ଗୋ ଚାଲାଣ ବେଳେ ଗାଡ଼ି ଗୋଡ଼ାଇ ଧରିବା ନୁହେଁ ଏଥର ଡାଇରେକ୍ଟ ମାଫିଆଙ୍କ ଆର୍ଥିକ ସାମ୍ରାଜ୍ୟ ଉପରେ ହୋଇଛି ସିଧା ଆଟାକ୍ । ରାଜ୍ୟର ୫ଟି ସ୍ଥାନ ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ ଭୁବନେଶ୍ବରରେ ଘନ ଘନ ରେଡ୍ କରିଥିଲା ପୋଲିସ । ପ୍ରଥମେ ସାମ୍ନାକୁ ଆସିଥିଲା ଭଦ୍ରକ ଆନ୍ତଃରାଜ୍ୟ ଗୋ-ମାଫିଆ ସେକ୍ ତାଜୁଦ୍ଧିନ ଓରଫ ରାଜନ୍ । ଏହି ବ୍ୟକ୍ତି ଜଣକ ପେଷାରେ ଦୁର୍ଦ୍ଦାନ୍ତ ଗୋ-ମାଫିଆ । ଘର ହେଉଛି ଭଦ୍ରକ ପୁରୁଣା ବଜାର ସ୍ଥିତ ମୁଲାସାହିରେ । ଘନ ଘନ ରେଡ୍ ବେଳେ ସେକ୍ ତାଜୁଦ୍ଧିନ୍ ଘରୁ ମିଳିଥିବା ସଂପତ୍ତି ଦେଖି ତାଜୁବ ହୋଇଯାଇଥିଲା ପୋଲିସ ଟିମ୍ । ତୁରନ୍ତ ଅଣାଯାଇଥିଲା ଟଙ୍କା ଗଣା ମେସିନ । ୫୦ ଲକ୍ଷର ବିଡ଼ା ବିଡ଼ା ନଗଦ ଟଙ୍କା ସହ ସୁନା ଗହଣା, ଦୁଇଟି ସ୍କର୍ପିଓ ଗାଡି, ଲାପଟପ, ମୋବାଇଲ ଓ ବିପୁଳ ସମ୍ପତ୍ତି ସମ୍ବଦ୍ଧୀୟ କାଗଜପତ୍ର ଜବତ ହୋଇଥିଲା ।
କେବଳ ସେକ ତାଜୁଦ୍ଧିନ ନୁହେଁ ରାଜ୍ୟର ଅନ୍ୟ ଜିଲ୍ଲାକୁ ବି ଲମ୍ବିଥିଲା ତା'ର ଗୋ-ଚାଲାଣ ସିଣ୍ଡିକେଟ୍ । ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ମାଫିଆଙ୍କ ଉପରେ ଏକକାଳୀନ ପଡ଼ିଥିଲା ପୋଲିସର ବଡ଼ ରେଡ୍ । ଯାଜପୁର ବରୁଆଁରୁ ଧରାପଡ଼ିଥିଲା ଗୋ-ମାଫିଆ ସେକ୍ ସରିଫ୍, କେନ୍ଦୁଝରରୁ ଗୋ-ମାଫିଆ ମଣ୍ଟୁ ସାହୁ, ଆନନ୍ଦପୁରର ଗୋ-ମାଫିଆ ସତୁରା ସାହୁଙ୍କ ଘର ଉପରେ ହୋଇଥିଲା ରେଡ୍ । ଏହା ଛଡ଼ା ମୟୂରଭଞ୍ଜ ପୋଲିସ ନଜରରୁ ବର୍ତ୍ତି ନଥିଲେ ଗୋ-ମାଫିଆ ସେକ ୱାସୀମ, ମୃତ୍ୟୁଞ୍ଜୟ ମହାପାତ୍ର ଓ ସୁରଜିତ ମହାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories