Videos
|
Odisha

ଶେଷରେ ଅମାପ ସମ୍ପତ୍ତିର ମାଲିକ ନିତ୍ୟାନନ୍ଦଙ୍କୁ ବାନ୍ଧିଲା ଭିଜିଲାନ୍ସ

Smruti Parija
Browse all articles by Smruti Parija
·1 year ago·2 min read
ଶେଷରେ ଅମାପ ସମ୍ପତ୍ତିର ମାଲିକ ନିତ୍ୟାନନ୍ଦଙ୍କୁ ବାନ୍ଧିଲା ଭିଜିଲାନ୍ସ

Key Points

ଗିରଫ ହେଲେ କେନ୍ଦୁଝର DFO ନିତ୍ୟାନନ୍ଦ ନାୟକ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବାନ୍ଧିଲା ଭିଜିଲାନ୍ସ

ଅନୁଗୁଳ ଛେଣ୍ଡିପଦା ରେ ଏକ ଫାର୍ମ ହାଉସ ଠାବ

ଶେଷରେ ଗିରଫ ହେଲେ କେନ୍ଦୁଝର DFO ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଗତ ତିନି ଦିନ ଧରି ରେଡ୍ କରିଥିଲା ଭିଜିଲାନ୍ସ । ଯେତେ ଖୋଜିଲେ ମିଳୁଥିଲା ସେତେ ସମ୍ପତ୍ତି । ମୋଟ୍ ୭ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ କରିଥିଲା । DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ । ଡିଏଫଓଙ୍କର ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ ହୋଇଥିଲା । ସେହିପରି ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ ହୋଇଛି । ଘରୁ ନଗଦ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଜବତ ହୋଇଛି । 500 ଟଙ୍କିଆ ବଣ୍ଡଲ, ପିସ୍ତଲ, ଧାରୁଆ ଅସ୍ତ୍ର ଏସବୁ ଜବତ କରିଛି ଭିଜିଲାନ୍ସ ।


ଆଲିସାନ ବଙ୍ଗଳା ଭିତରେ ବ୍ୟବହାର ସାମଗ୍ରୀ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଦାମି କାଠରେ ତିଆରି ଘରର ଇଣ୍ଟେରିୟର । ଗତକାଲି କୁବେର DFOଙ୍କର ୨ଟି ଠିକଣାରେ ଦ୍ଵିତୀୟ ଦିନରେ ହୋଇଥିଲା ଭିଜିଲାନସ୍ ଚଢ଼ାଉ । କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ପଶିଥିଲା ଭିଜିଲାନସ୍ । ଆକାଉଣ୍ଟରେ ୩୭ ରୁ ୩୮ ଲକ୍ଷ ଟଙ୍କା ଜମା ଥିବା ଜଣା ପଡିଛି । ଏକାଧିକ ପାସବୁକ କାଗଜପତ୍ର ଜବତ କରିଥିଲା । ବହୁତଳ ଅଟ୍ଟାଳିକା, 115ଟି ମୂଲ୍ୟବାନ ପ୍ଲଟ୍ ଥିବା ଜଣାପଡିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଅନୁଗୁଳ ଛେଣ୍ଡିପଦା ରେ ଏକ ଫାର୍ମ ହାଉସ ଠାବ ହୋଇଛି । ଏକ ଏକର 50 ଡେସିମିଲର ଫାର୍ମ ହାଉସ ରହିଛି । ସେଥିରେ 1432 ସ୍କୋୟାରଫୁଟ୍ ର ଆଉଟ ହାଉସ, 314ସ୍କୋୟାର ଫୁଟ୍ ର ଏକ ଘର, ଗୋଟିଏ ପୋଖରୀ, ଦୁଇଟି ବୋରୱେଲ, ସହ ସହ ନଡ଼ିଆ ଗଛ, କଦଳୀ ଗଛ, ଏବଂ ଆମ୍ବ ଗଛ ରହିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବାନ୍ଧିଲା ଭିଜିଲାନ୍ସ ।

keonjhar-dfo-nityananda-nayak-arrested | Argus News