Videos
|
Odisha

DFOଙ୍କ ଅମାପ ସମ୍ପତ୍ତି, ଯେତେ ଖୋଜିଲେ ସେତେ ମିଳୁଛି

Smruti Parija
Browse all articles by Smruti Parija
·1 year ago·1 min read
DFOଙ୍କ ଅମାପ ସମ୍ପତ୍ତି, ଯେତେ ଖୋଜିଲେ ସେତେ ମିଳୁଛି

Key Points

ଗିରଫ ହୋଇପାରନ୍ତି କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO

ତୃତୀୟ ଦିନରେ ବି ଭିଜଲାନ୍ସର ତନାଘନା ଜାରି

DFOଙ୍କ ଘରୁ ମିଳିଲାଣି 10 ଲକ୍ଷ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇପାରନ୍ତି କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO । ଆଜି ତୃତୀୟ ଦିନରେ ବି ଭିଜଲାନ୍ସ ତନାଘନା ତଦନ୍ତ ଚଲାଇଛି । ଗତକାଲି DFOଙ୍କ ଘରୁ ଆଉ ୮.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ରବିବାର ମିଳିଥିଲା ୧. ୫୫ ଲକ୍ଷ ଟଙ୍କା । ଏବେ ପର୍ଯ୍ୟନ୍ତ ଜବତ ହେଲାଣି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । 500 ଟଙ୍କିଆ ବଣ୍ଡଲ, ପିସ୍ତଲ, ଧାରୁଆ ଅସ୍ତ୍ର ଏସବୁ ଜବତ କରିଛି ଭିଜିଲାନ୍ସ ।


ଆଲିସାନ ବଙ୍ଗଳା ଭିତରେ ବ୍ୟବହାର ସାମଗ୍ରୀ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଦାମି କାଠରେ ତିଆରି ଘରର ଇଣ୍ଟେରିୟର । ଗତକାଲି କୁବେର DFOଙ୍କର ୨ଟି ଠିକଣା ରେ ଦ୍ଵିତୀୟ ଦିନରେ ହୋଇଥିଲା ଭିଜିଲାନସ୍ ଚଢ଼ାଉ । କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ପଶିଥିଲା ଭିଜିଲାନସ୍ । ଆକାଉଣ୍ଟରେ ୩୭ ରୁ ୩୮ ଲକ୍ଷ ଟଙ୍କା ଜମା ଥିବା ଜଣା ପଡିଛି । ଏକାଧିକ ପାସବୁକ କାଗଜପତ୍ର ଜବତ କରିଥିଲା । ବହୁତଳ ଅଟ୍ଟାଳିକା, 115ଟି ମୂଲ୍ୟବାନ ପ୍ଲଟ୍ ଥିବା ଜଣାପଡିଥିଲା ।.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
keonjhar-kenduleaf-division-dfo-may-be-arrested | Argus News