Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gas Blast / ପେଟ ପୋଷିବାକୁ ଯାଇଥିଲେ ଦାଦନ, ଗ୍ୟାସ୍‌ ବିସ୍ଫୋରଣରେ ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପେଟ ପୋଷିବାକୁ ଯାଇଥିଲେ ଦାଦନ, ଗ୍ୟାସ୍‌ ବିସ୍ଫୋରଣରେ ଚାଲିଗଲା ଜୀବନ

Key Points

ଘର ଚଳାଇବାକୁ କେରଳ ଯାଇଥିବା ପୁଅ ଆଖି ବୁଜିଛି । କେରଳରେ ଗ୍ୟାସ୍ ବିସ୍ଫୋରଣରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ ହୋଇଥିବା ବେଳେ ଆଉ ୨ ଜଣ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ଖୋର୍ଦ୍ଧା: ଦାଦନ ଯାଇଥିଲେ, ସେଠି ଖଟି ଘରକୁ ଟଙ୍କା ପଠାଇଥାନ୍ତେ । ଓଡ଼ିଶାରେ ପରିବାର ପ୍ରତିପୋଷଣ ହୋଇଥାନ୍ତା । ହେଲେ ଘର ଚଳାଇବାକୁ କେରଳ ଯାଇଥିବା ପୁଅ ଆଖି ବୁଜିଛି । କେରଳରେ ଗ୍ୟାସ୍ ବିସ୍ଫୋରଣରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ ହୋଇଥିବା ବେଳେ ଆଉ ୨ ଜଣ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ସୂଚନା ଅନୁସାରେ, କେରଳର କନୁର ଯାଇଥିଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟପୁର ଗାଁରେ ୩ ଯୁବକ । କନୁର ସମୁଦ୍ରରେ ମାଛ ମାରିବା ସହ କ୍ୟାମ୍ପରେ ରହୁଥିଲେ । ୧୦ ତାରିଖ ଭୋର୍ ସମୟରେ କ୍ୟାମ୍ପରେ ଶୋଇଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଏଥିରେ ୪ ଜଣ ଓଡ଼ିଆ ଯୁବକ ଗୁରୁତର ଆହତ ହୋଇଥିଲେ ।


ଏଥିସହ ପଢ଼ନ୍ତୁ: ଆସନ୍ତା ମାସରୁ ଆଉ ମିଳିବନି ଚାଉଳ, eKYC କରିନଥିବା ହିତାଧିକାରୀଙ୍କୁ ଝଟ୍‌କା


ସମସ୍ତଙ୍କୁ କନୁର ଜିଲ୍ଲା ପାରିୟାରମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ଗତକାଲି ସୁବାସ ବେହେରା ଆଖି ବୁଜିଥିବା ବେଳେ ଆଜି ଭୋର୍ ସମୟରେ ନିଗମ ବେହେରାଙ୍କ ଦେହାନ୍ତ ହୋଇଛି । ଆଉ ୨ ଓଡ଼ିଆ ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ICUରେ ଅଛନ୍ତି ।

ତେବେ କନୁର ହସ୍ପିଟାଲ୍‌ରେ ସଠିକ୍ ଭାବେ ଗୁରୁତରଙ୍କ ଚିକିତ୍ସା କରାଯାଉ ନଥିବା ମୃତ ନିଗମଙ୍କ ଭାଇ କହିଛନ୍ତି । ଘଟଣାରେ ଓଡ଼ିଶା ସରକାର ହସ୍ତକ୍ଷେପ କରି ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ମୃତ ନିଗମଙ୍କ ଭାଇ । ତେବେ ସମସ୍ତେ ଶୋଇଥିବା ବେଳେ କିଭଳି, କେଉଁ ପରିସ୍ଥିତିରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆହୁରି ପଢ଼ନ୍ତୁ: ଚୌଦ୍ଵାର ଜେଲ୍‌ରୁ କିଭଳି ଖସିଗଲେ ଦୁଇ ବିହାରୀ କଏଦୀ ? ତଦନ୍ତ ରିପୋର୍ଟରେ ଏମାନଙ୍କୁ ଦାୟୀ କଲେ ଡିଆଇଜି


ତେବେ ଉପଯୁକ୍ତ ଚିକିତ୍ସା ଅଭାବରୁ ୨ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପରିକି ଘରୋଇ ହସ୍ପିଟାଲ୍ ବଦଳରେ କାହିଁକି ସରକାରୀ ଡାକ୍ତରଖାନାରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ସହ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଗୁହାରି କରିଛନ୍ତି ପରିବାର ଲୋକେ ।

Related Topics

Explore more stories

Sponsored
Two Odia Workers From Khordha Killed in Kerala Gas Explosion, Two Others Critical | Argus News | Argus News