Kerala Gas Explosion / କେରଳରେ ଗ୍ୟାସ ଟାଙ୍କି ଫାଟିବା ଘଟଣା: ସମସ୍ତ ୪ ଓଡ଼ିଆ ମତ୍ସ୍ୟଜୀବୀ ମୃତ

Key Points
କେରଳ ରାଜ୍ୟରେ ଚିକିତ୍ସା ଅବହେଳାରୁ ଓଡିଆ ମସ୍ୟଜୀବୀଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗ୍ୟାସ ଟାଙ୍କି ଫାଟି ପୋଡି ଯାଇ ଚିକିତ୍ସିତ ହେଉଥିବା ୪ଜଣଙ୍କ ମୃତ୍ୟୁ ଘଟିଛି।
କେରଳ ରାଜ୍ୟରେ ଚିକିତ୍ସା ଅବହେଳାରୁ ଓଡିଆ ମସ୍ୟଜୀବୀଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗ୍ୟାସ ଟାଙ୍କି ଫାଟି ପୋଡି ଯାଇ ଚିକିତ୍ସିତ ହେଉଥିବା ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଭୂଷଣ୍ଡପୁର ବାଲିପାଟପୁର ଗ୍ରାମର ନିଗମ ବେହେରା, ସୁବାଷ ବେହେରା, ଶିବ ବେହେରା ଓ ହାଟବରଡି ଗ୍ରାମର ଜିତେନ୍ଦ୍ର ବେହେରା। ସୁଦୂର କେରଳ ରାଜ୍ୟର କନୁର ଜିଲ୍ଲା ପାରିୟାରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ସମସ୍ତ ୪ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଛି। ନିଗମ ବେହେରା ଓ ସୁବାସ ବେହେରାଙ୍କର ଦୁଇଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ଗତକାଲି ଶିବ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଆଜି ଜିତେନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
📱 Get Argus News App
✨ପେଟପାଟଣା ପାଇଁ ସୁଦୁର କେରଳ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ସେଠାରେ ଶବ ପାଲଟି ଯାଇଛନ୍ତି। ଘରର ରୋଜଗାରିଆ ପିଲା ମାନେ ନିଜନିଜର ପରିବାର ପ୍ରତିପୋଷଣ ପାଇଁ କେରଳ ଯାଇଥିବା ବେଳେ ଅକାଳରେ ୪ଜଣଙ୍କ ଜୀବନ ଚାଲି ଯାଇଛି। ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ଚିଲିକା ଏବେ ତାର ଜୈବ ବିବିଧତା ହରାଇବାରୁ ଚିଲିକାରେ ମାଛ ଉତ୍ପାଦନ କମ ହେବାରେ ଲାଗିଛି। ଓଡିଆ ମତ୍ସ୍ୟଜୀବୀ ମାନେ କାମ ଧନ୍ଦା ନ ପାଇ ଭିଟାମାଟି ଛାଡି ବାହାର ରାଜ୍ୟକୁ ଯାଲି ଯାଇଥିବା ବେଳେ ସେଠାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଏକ ସପ୍ତାହ ତଳେ ହାଟବରଡି ଗ୍ରାମର ଜିତେନ୍ଦ୍ର ବେହେରା ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇ ଦେବା ଲକ୍ଷରେ ଦୁଇବର୍ଷ ର ପୁଅ ଓ ସ୍ତ୍ରୀକୁ ଛାଡି କେରଳ ଚାଲି ଯାଇଥିଲେ। ଏନେଇ ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ବିଧିର ବିଧାନ ଥିଲା ବଡ ବିଚିତ୍ର।
କ୍ୟାମ୍ପରେ ଶୋଇଥିଲା ବେଳେ ଛକି ବସିଥିଲା ଯମ। ଫାଟିଲା ଗ୍ୟାସ ଟାଙ୍କି ନିଆଁରେ ପୋଡିଗଲେ ୪ଜଣ ମତ୍ସ୍ୟଜୀବୀ। ଗତ ୧୦ ତାରିଖ ଭୋର ସମୟରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇ ନିଆଁ ଲାଗିଯାଇଥିଲା। ନିଆଁ ରେ ପୋଡି ହୋଇ ୪ଜଣ ଓଡିଆ ପିଲା ଗୁରୁତର ହୋଇଥିଲେ। ଗୁରୁତର ମାନଙ୍କୁ କନୁର ଜିଲ୍ଲା ର ପାରିୟାରମ ମେଡିକାଲ କଲେଜରେ ଚିକିତ୍ସା କରା ଯାଉଥିଲା। ହେଲେ ଚିକିତ୍ସାଧିନ ବେଳେ ସମସ୍ତ ୪ଜଣ ଓଡ଼ିଆ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ତୁରନ୍ତ ଗରିବ ମତ୍ସ୍ୟଜୀବୀଙ୍କ ପରିବାରକୁ ସହାୟତା କରିବା ପାଇଁ ମୃତକଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।
Related Topics
Explore more stories