Odisha Media Team / କେରଳ ରାଜ୍ୟପାଳଙ୍କ ସହ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଟିମ୍ଙ୍କ ଆଲୋଚନା, ଭିଝିଞ୍ଜମ୍ ଅନ୍ତର୍ଜାତୀୟ ବନ୍ଦର କଲେ ପରିଦର୍ଶନ
·5 months ago·2 min read

Key Points
କେରଳ ରାଜ୍ୟପାଳକଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦର ପରିଦର୍ଶନ କଲେ
ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି)ର ଗଣମାଧ୍ୟମ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ । କେରଳ ଗସ୍ତ ଓଡ଼ିଶାର ଏକ ମିଡିଆ ପ୍ରତିନିଧି ଦଳ କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରରେ ଶାସନ ବ୍ୟବସ୍ଥା, ଲୋକପ୍ରଶାସନ, ସହକାରୀ ସଂଘବାଦ ଓ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ରାଜ୍ୟପାଳ କେରଳର ସାମାଜିକ କ୍ଷେତ୍ରର ଅଭିଯାନ ଓ ସଫଳତାକୁ ଉଲ୍ଲେଖ କରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ବିଷୟରେ କହିଥିଲେ । ସେ କହିଥିଲେ ଯେ, ମାନବ ବିକାଶ ସୂଚନାଙ୍କରେ କେରଳ ସବୁବଳେ ପ୍ରଥମ ସ୍ଥାନରେ ରହିଆସିଛି । ରାଜ୍ୟର ମଜଭୁତ ସ୍ୱାସ୍ଥ୍ୟ ଢାଞ୍ଚା ଓ ୧୦୦ ପ୍ରତିଶତ ସାକ୍ଷରତା ହାସଲ କରିଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ସମାବେଶୀ ଓ ସ୍ଥାୟୀ ଉନ୍ନତି ପାଇଁ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ।
ରାଜ୍ୟପାଳ କେରଳର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ୱଚ୍ଛତାର ଉଚ୍ଚ ମାନକୁ ରାଜ୍ୟର ପରିଚୟର ଅଂଶ ବୋଲି ବର୍ଣ୍ଣନା କରିଥିଲେ । ଓଡ଼ିଶା ସହ ତାଙ୍କ ସମ୍ପର୍କ ଓ ଓଡ଼ିଶା ଭ୍ରମଣର ଅନୁଭବକୁ ବଖାଣିଥିଲେ । ଏଥିସହ ପ୍ରତିନିଧି ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଏହି ସାକ୍ଷାତକାର ସମୟରେ ଲୋକତାନ୍ତ୍ରିକ ଶାସନ ଓ ସାମ୍ୱିଧାନିକ ସଂସ୍ଥାଗୁଡ଼ିକର ଭୂମିକା ନେଇ ମତ ବିନିମୟ ହୋଇଥିଲା । ପ୍ରତିନିଧି ଦଳ ମଧ୍ୟ କେରଳ ଭ୍ରମଣ ସମ୍ପର୍କରେ ତାଙ୍କର ଅନୁଭବ ରାଜ୍ୟପାଳଙ୍କୁ ବଖାଣିଥିଲେ ।
ଏହି ମିଡିଆ ଭ୍ରମଣର ଅଂଶ ଭାବେ ପ୍ରତିନିଧି ଦଳ ଭିଝିଞ୍ଜମ୍ ଆନ୍ତର୍ଜାତୀୟ ବନ୍ଦର ପରିଦର୍ଶନ କରିଥିଲେ। ସେଠାରେ ବନ୍ଦରର ଢାଞ୍ଚାଗତ ସୁବିଧା, କାର୍ଯ୍ୟଦକ୍ଷତା ଓ ରଣନୀତିକ ଗୁରୁତ୍ୱ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଥିଲେ । ଭିଜିଞ୍ଜମ୍ ବନ୍ଦର ବ୍ୟବସାୟିକ କାର୍ଯ୍ୟାରମ୍ଭର ଗୋଟିଏ ବର୍ଷ ପୂରଣ କରିଥିବା ବେଳେ ଏହା ଭାରତର ସବୁଠାରୁ ଆଧୁନିକ ଗଭୀର ପାଣିର ବନ୍ଦରମାନଙ୍କ ମଧ୍ୟରେ ଗଣାଯାଏ । ୧୮ରୁ ୨୦ ମିଟର ପର୍ଯ୍ୟନ୍ତ ପ୍ରାକୃତିକ ଗଭୀରତା ଓ ପୂର୍ବ–ପଶ୍ଚିମ ଆନ୍ତର୍ଜାତୀୟ ସମୁଦ୍ର-ମାର୍ଗ କାରଣରୁ ଏହି ବନ୍ଦର ଅତ୍ୟଧିକ ବଡ଼ କଣ୍ଟେନର ଜାହାଜ (ୟୁଏଲସିଭି) ହ୍ୟାଣ୍ଡଲ କରିପାରେ । ଅତ୍ୟାଧୁନିକ ଓ ସେମି-ଅଟୋମେଟେଡ୍ ପ୍ରଣାଳୀ ଓ ଉଚ୍ଚ କାର୍ଯ୍ୟକୁଶଳତା ଏହାକୁ ଭାରତର ଏକ ପ୍ରମୁଖ ଟ୍ରାନ୍ସସିପ୍ମେଣ୍ଟ ହବ୍ ଭାବେ ପରିଚିତ କରାଇଛି, ଯାହା ଭାରତର ଗ୍ଲୋବାଲ୍ ସମୁଦ୍ର ବାଣିଜ୍ୟରେ ଭୂମିକାକୁ ଆହୁରି ସୁଦୃଢ଼ କରୁଛି ।
ମିଡିଆ ପ୍ରତିନିଧି ଦଳ ପିଆଇବି ଥିରୁଅନନ୍ତପୁରମର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଭି. ପଲାନିସ୍ବାମୀଙ୍କୁ ମୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ଆଲୋଚନାରେ ଫିଲ୍ଡ ବେସଡ ଜର୍ଣ୍ଣାଲିଜିମ ପିଆଇବିର ଭୂମିକା, ଓ ସରକାର-ମିଡିଆ ମଧ୍ୟରେ ସଂଯୋଗ ସୁଦୃଢ଼ କରିବା ବିଷୟ ଉପରେ ଚର୍ଚ୍ଚା ହୋଇଥିଲା । ଏହି ଦଳ ସହ ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ଜାଲି ଓ ମିଡିଆ ଏବଂ କମ୍ୟୁନିକେସନ୍ ଅଫିସର ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ ସହଯୋଗ କରିଥିଲେ।
ଏଥିସହ ପଢ଼ନ୍ତୁ: କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Odisha media teamKerala Governor newsVizhinjam Port visitinternational port developmentKerala Governor Rajendra Vishwanath ArlekarPIB Bhubaneswar tourVizhinjam port latest newsOdisha media delegation meets Kerala Governor ArlekarOdisha media delegation meets Kerala GovernorOdisha NewsOdisha Latest NewsOdisha news today