Videos
|
Odisha

ସଂଧ୍ୟା ନଇଁଲେ ଡିବିରି ଆଲୁଅ ଭରସା, ଡିବିରି ଲଗାଇବା ପାଇଁ ମିଳୁନି କିରୋସିନ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସଂଧ୍ୟା ନଇଁଲେ ଡିବିରି ଆଲୁଅ ଭରସା, ଡିବିରି ଲଗାଇବା ପାଇଁ ମିଳୁନି କିରୋସିନ୍

ଅର୍ଗସ ବ୍ୟୁରୋ:  ଅବ୍ୟବସ୍ଥାର ଶିକୁଳିରେ ବନ୍ଧା ହେବା ସତ୍ତ୍ୱେ ବୁଝୁଛନ୍ତି ଶିକ୍ଷା ର ମହତ୍ତ୍ୱ । ତେଣୁ ବିନା ବିଜୁଳି ଆଲୁଅରେ ବି ସ୍ବପ୍ନ ଦେଖୁଛନ୍ତି ଭବିଶ୍ୟତ ଗଢିବା ପାଇଁ । ସେଥିପାଇଁ ଗାଁ ଦାଣ୍ଡରେ ଲାଗିଥିବା ନିଆଁ ପାଖରେ ପାଠ ପଢୁଛନ୍ତି ପିଲା। ଗାଁ ମଝିରେ ଜଳୁଛି ନିଆଁ ତା ଚାରିପାଖରେ ବସି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ, ଏଇ ନିଆଁ ଆଲୁଅରେ ହୁଏ ଘରକାମ ଖାଇବା ପିଇବା। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ ଆଦିମ ଜନଜାତି ଡଙ୍ଗରିଆଙ୍କ ଗାଁ ଲାଖପଦର ଓ ପଟାଙ୍ଗ ପଦରର। ପିଲାମାନେ ପାଠ ପଢିବାକୁ ହେଲେ ଜାଳେଣି ଆଲୁଅ ଏକ ମାତ୍ର ବିକଳ୍ପ କାରଣ PDS ରେ ଆଉ କିରସିନ ମୁଳୁନାହିଁ । ଏଥି ସକାଶେ ଲାଗିପାରୁନାହିଁ ଡିବିରି ।

ବିଦ୍ୟୁତର ବିକଳ୍ପ ଭାବେ ଏଠାରେ ସୋଲାର ଲାଇଟ ଦିଆ ଯାଇଥିଲା। ମାତ୍ର ସେଥିରୁ ଅଧିକାଂଶ ଅଚଳ । ପାରସାଲି ପଂଚାୟତର ୩୨ ଗାଁରୁ ୧୨ ଖଣ୍ଡ ଗାଁ ଆଜି ଯାଏଁ ବିଜୁଳି ପହଞ୍ଚି ନାହିଁ । ଆଦିମ ଜନଜାତି ନିୟମଗିରି ଡଙ୍ଗରିଆ ଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଅଲଗା । ରୋଜଗାର କହିଲେ ଜଙ୍ଗଲୀ ଜାତ ଦ୍ରବ୍ଯ ବିକ୍ରୀ ବଟା ରେ ଯାହା ମିଳିଲା । ଖାଦ୍ୟ PDS ଚାଉଳ ସହ ଜଙ୍ଗଲୀ ଶାଗ ବା ଫଳ । ଏ ମାନଙ୍କୁ ମୂଖ୍ୟ ସ୍ରୋତ କୁ ଆଣିବା ପାଇଁ 1987 ମସିହାରେ ସ୍ବତନ୍ତ୍ର ବିଭାଗ ଡଙ୍ଗରିଆ କନ୍ଧ ଉନୟନ ସଂସ୍ଥା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ତା ସହ 2019 ମସିହା ରୁ ଆଜି ଯାଏଁ ଓପିଲିପି ସଂସ୍ଥା ମାଧ୍ୟମରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଛି କିନ୍ତୁ ଡଙ୍ଗରିଆଙ୍କ ବିଶେଷ କିଛି ଉନ୍ନତି ହୋଇପାରିନାହିଁ ।


ସାଧାରଣ ରେ ପ୍ରଶ୍ନ ଏତେ ଟଙ୍କା ଗଲା କୁଆଡେ । ବିଭିନ୍ନ ମୌଳିକ ସମସ୍ୟା ନେଇ ନେଇ ତତ୍କାଳୀନ ସରକାର ନିକଟରେ ବହୁବାର ଗୁହାରୀ ସତ୍ୱେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। କେବଳଯେ ବିଜୁଳି ଆଲୁଅ ସମସ୍ୟା ତା ନୁହେଁ ଏଠାରେ ପିଇବା ପାଣିର ମଧ୍ୟ ସମାନ ଅବସ୍ଥା। ପିଇବା ପାଣି ନଥିବାରୁ ପାହାଡିଆ ଝରଣା ପାଣିକୁ ବ୍ୟବହାର କରନ୍ତି ଗାଁ ଲୋକେ । ପ୍ରକୃତି କୋଳରେ ଏଠାରେ ଵିତୁଛି ଅଭିଶପ୍ତ ଜୀବନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର: