Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

Smruti Parija
Browse all articles by Smruti Parija
·1 year ago
ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ବ୍ରହ୍ମପୁର:  ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡି ଦୂର୍ଘଟଣାଗ୍ରସ୍ତ । ଖଲ୍ଲିକୋଟରୁ ଭୁବନେଶ୍ୱର ଯାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରିଆ ନିକଟରେ ହୋଇଛି ଦୁର୍ଘଟଣା । ଏକ ଅଟୋକୁ ପଛପଟୁ କାରଟି ଧକ୍କା ଦେବା ଫଳରେ ଅଟୋ ଡ୍ରାଇଭର ଆହତ ହେବା ସହ ଅଟୋରେ ବସିଥିବା 4 ଜଣ ଆହତ ହୋଇଛନ୍ତି । 

ସମସ୍ତ ଆହାତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବେଳେ ବିଧାୟକ ମଧ୍ୟ କାରରେ ଥିଲେ । ଦୁର୍ଘଟଣାରେ କାରର ଆଗ ଭାଗ ଭାଙ୍ଗି ଯାଇଥିବାବେଳେ ବିଧାୟକ ସୁରକ୍ଷିତ ଅଛନ୍ତି । ଖବର ପାଇ ଜଙ୍କିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khallikote MLA Purna Chandra Sethi's vehicle met with an accident | Argus News