Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

KHANDAGIRI MELA / ଆଜିଠୁ କମ୍ପିବ ଖଣ୍ଡଗିରି ମେଳା ହଜାର ହଜାର ସାଧୁଙ୍କ ହେବ ସମାବେଶ, ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

Bikash Mohanty
Browse all articles by Bikash Mohanty
·5 months ago·2 min read
ଆଜିଠୁ କମ୍ପିବ  ଖଣ୍ଡଗିରି ମେଳା ହଜାର ହଜାର ସାଧୁଙ୍କ ହେବ ସମାବେଶ, ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ
KHANDAGIRI MELA

Key Points

ଆଜିଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା
ଉତ୍ସବମୁଖର ଖଣ୍ଡଗିରି ଅଞ୍ଚଳ
ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ

ଆଜିଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଛି। ଠାକୁର ଅନନ୍ତ କେଶରୀ ଦେବ ଆଜି ସନ୍ଧ୍ୟା ୭ଟାରେ ସୁସଜ୍ଜିତ ବିମାନରେ ବାହାରିବେ। ଉଦୟଗିରି ସ୍ଥିତ ରାଣୀ ହଂସପୁରରେ ବିଜେ କରି ମାଘସ୍ନାନ କରିବେ। ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ପୁଣି ରାତିରେ ନାଗା ମଠକୁ ଫେରି ଆସିବେ। ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ଦୂରଦୂରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଖଣ୍ଡଗିରିରେ ଡେରା ପକାଇଛନ୍ତି । ଆଜି ଏଠାରେ ପଞ୍ଚକୁଣ୍ଡର ପବିତ୍ର ଜଳରେ ସ୍ନାନକରି ହୋମଯଜ୍ଞ ସହ ଭଜନ କୀର୍ତ୍ତନ କରିବେ। ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା' ବାରଭୁଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିହେବା ସହିତ ୯ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆରମ୍ଭହେବ । ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଆରମ୍ଭ ହେବ। ଆଜିଠୁ ଖଣ୍ଡଗିରି ମାଘମେଳା ଆରମ୍ଭ ହେଉଛି । ଯାତ୍ରା କମିଟିର ଆୟୋଜକ ଏବଂ ସଂପୃକ୍ତ କଳାକାର ବନ୍ଧାହେବେ।

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହାସହ ଯାତ୍ରା କିମିଟିର ଲାଇସେନ୍ସକୁ ରଦ୍ଦ କରାଯିବ । ବିଏମସି ପକ୍ଷରୁ ଜାରି ଏସ୍ଓପିରେ ଏହା ସ୍ପଷ୍ଟ କରାଯାଇଛି ।ଚଳିତ ବର୍ଷ ଯାତ୍ରା କମିଟିକୁ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯାତ୍ରା ସମୟରେ ଅଶ୍ଳୀଳ କମେଣ୍ଟ ବା ଉସ୍କାଇବା ଭଳି କମେଣ୍ଟ ନ କରିବାକୁ କୁହାଯାଇଛି । ଯାତ୍ରାପାର୍ଟି ଗୁଡିକ ପ୍ରଚାର ସମୟରେ ଶବ୍ଦ ପ୍ରଦୂଷଣ କରୁଛନ୍ତି । ଏହା ସହ ଉଚ୍ଚ ଶବ୍ଦ ମାନର ମାଇକ ଲଗାଉଛନ୍ତି । ତେଣୁ ଏହା ଉପରେ କଟକଣା ଲାଗିଛି ।

ମେଳାରେ ବିଏମସି ପକ୍ଷରୁ ଅନୁମୋଦନ ମିଳିଥିବା ଷ୍ଟଲ ଖୋଲିବ । ଯାତ୍ରା ପେଣ୍ଡାଲ ପାଖରେ ଦୋକାନ ଖୋଲି ପାରିବନାହିଁ । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବିଏମସି । ଯାତ୍ରାରେ କୌଣସି ପ୍ରକାର ବିଜ୍ଞାପନ ମରାଯିବନି । ଟ୍ରାଫିକ କଟକଣାକୁ ଜୋରଦାର କରାଯିବ । ରାସ୍ତାରେ ଗାଡ଼ି ପାର୍କିଂ ଉପରେ କଟକଣା ଲାଗୁ ହୋଇଛି । ରାସ୍ତାରେ ଗାଡ଼ି ପାର୍କ କଲେ ବିଏମସି ଉଠାଇ ନେବ । ବିଏମ୍ସି ପକ୍ଷରୁ ୫ଟି ସ୍ଥାନରେ ପାର୍କିଂ ଚିହ୍ନଟ କରାଯାଇଛି । ଏହି ସବୁ ପାର୍କିଂରେ ଲୋକେ ଗାଡ଼ି ପାର୍କ କରିବେ । ଟେଣ୍ଡର ପାଇଥିବା ଏଜେନ୍ସି ନିର୍ଦ୍ଧାରିତ ଜାଗାରୁ ଅଧିକ ପାର୍କିଂ କରି ପାରିବେନାହିଁ । ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲାଗିଛି । କୌଣସି ଦୋକାନୀ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର କରି ପାରିବେ ନାହିଁ । 

ଆଇନଶୃଙ୍ଖଳା ପରିସ୍ଥିତିକୁ କଡାକଡି କରାଯିବ । ଭୁବନେଶ୍ୱର ଡିସିପି ପୁରା ମେଳାର ତଦାରଖ କରିବେ । ସ୍ଥାନୀୟ ଆଇଆଇସିଙ୍କୁ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ କୁହାଯାଇଛି । ଅଗ୍ନିନିରାପତ୍ତା ପାଇଁ ଏକ ଷ୍ଟଲ ଖୋଲିବ । ଏଥିରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
KHANDAGIRI MELA | Khandagiri Mela Begins Today: Thousands of Sadhus Gather, Strict Action Against Obscene Dance | Argus News