Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଧୁମୟ ହେବ ପବିତ୍ର ଖଣ୍ଡଗିରି, ଜଳିବ ଅଖଣ୍ଡ ଧ୍ୱନି

Odisha

ସାଧୁମୟ ହେବ ପବିତ୍ର ଖଣ୍ଡଗିରି, ଜଳିବ ଅଖଣ୍ଡ ଧ୍ୱନି

Smruti Parija
Browse all articles by Smruti Parija
·1 year ago·2 min read
ସାଧୁମୟ ହେବ ପବିତ୍ର ଖଣ୍ଡଗିରି, ଜଳିବ ଅଖଣ୍ଡ ଧ୍ୱନି

Key Points

ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାଗହ୍ୱର ପ୍ରକମ୍ପିତ ହେବ । ଚାଲିବ ବେଦ, ଭାଗବତ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଚର୍ଚ୍ଚା । ମେଳା ପଡ଼ିଆ ସାଙ୍ଗକୁ ଦୁଲୁକିବ ଯାତ୍ରା ପେଣ୍ଡାଲ ।

ଭୁବନେଶ୍ୱର: ଏଥର ଜମିବ ଖଣ୍ଡଗିରି ମେଳା । ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାଗହ୍ୱର ପ୍ରକମ୍ପିତ ହେବ । ଚାଲିବ ବେଦ, ଭାଗବତ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଚର୍ଚ୍ଚା । ମେଳା ପଡ଼ିଆ ସାଙ୍ଗକୁ ଦୁଲୁକିବ ଯାତ୍ରା ପେଣ୍ଡାଲ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଖଣ୍ଡଗିରି ଅଞ୍ଚଳ । ଆସିଲେଣି ସାଧୁସନ୍ଥ । ଚଳିତ ବର୍ଷର ଖଣ୍ଡଗିରି ମେଳାକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା । ରହିବନି କୌଣସି ସମସ୍ୟା । ବିନା ବାଧା ବିନା ଦ୍ଵିଧାରେ ହେବ ସମାଜ କଲ୍ୟାଣ ।


ସାଧୁମୟ ପବିତ୍ର ଖଣ୍ଡଗିରି । ଜଳିବ ଅଖଣ୍ଡ ଧ୍ୱନି । ଘଣ୍ଟ ଘଣ୍ଟା ବେଦ ମନ୍ତ୍ରରେ ପ୍ରକମ୍ପିତ ହେବ ସାରା ପରିବେଶ । ଦିନକ ପରେ ଖଣ୍ଡଗିରି ମେଳା । ଜପ ତପରେ କମ୍ପିବ ତପୋଭୂମି। ଲାଗିଲାଣି ସାଧୁ ମୁନିଙ୍କ ଗହଳି ଚହଳି । ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ଖଣ୍ଡଗିରିରେ ଚାଲିବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଘ ସପ୍ତମୀରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ ଅର୍ଥାତ୍ ୯ ଦିନ ଧରି ଖଣ୍ଡଗିରିରେ ହେବ ତପ ଜପ । ରାମଚରିତମାନସ, ନାମ ସଂକୀର୍ତ୍ତନ ଓ ବିଶ୍ୱଶାନ୍ତି ମହାଯଜ୍ଞର ମନ୍ତ୍ର ଧ୍ୱନିରେ ପବିତ୍ର ହେବ ସାରା ରାଜ୍ୟ । ଏଥିପାଇଁ ଓଡ଼ିଶା ସମେତ କାଶୀ ଓ ବାରଣାସୀ, ହରିଦ୍ୱାର, ବନାରସ, ନାସିକ, ମଧ୍ୟପ୍ରଦେଶ, ଜମ୍ମୁ, ପ୍ରୟାଗ ଆଦି ବିଭିନ୍ନ ସ୍ଥାନରୁ ପ୍ରାୟ ୫ ଶହ ପଞ୍ଚଦଶନାମୀ ନାଗାସାଧୁ, ବୈଷ୍ଣବ ସାଧୁ, ସନ୍ୟାସିନୀ ଆସିବେ ଖଣ୍ଡଗିରି । ହେବ ଭକ୍ତ ଭଗବାନଙ୍କ ମହାମିଳନ ।


ଅନ୍ୟପଟେ ସବୁବର୍ଷ ଠାରୁ ନିଆରା ହେବ ଚଳିତ ବର୍ଷର ଖଣ୍ଡଗିରି ମେଳା। ଗତବର୍ଷ ମାନଙ୍କରେ ସାଧୁ ମାନଙ୍କ ପାଇଁ ନଥିଲା ପିଇବା ପାଣି ବ୍ୟବସ୍ତା । ନଥିଲା ବିଜୁଳି । କିନ୍ତୁ ଚଳିତବର୍ଷ ନୂତନ ସରକାରରେ ହୋଇଛି ସମସ୍ତ ବନ୍ଦୋବସ୍ତ । ପିଇବା ପାଣିଠୁ ନେଇ ଶୌଚାଳୟ ,ବିଜୁଳି ଠୁ ନେଇ ସ୍ୱତନ୍ତ୍ର ଟେଣ୍ଟ ବ୍ୟବସ୍ତା କରାଯାଇଛି।ସାଧୁସନ୍ଥ ମାନଙ୍କର ରହିବନି କୌଣସି ସମସ୍ୟା।ବିନା ବାଧା ବିନା ଦ୍ୱାଧା ରେ ହେବ ବିଶ୍ୱଶାନ୍ତି ମହାଯଜ୍ଞ। ଆଧ୍ୟାତ୍ମିକ ପରିବେଶ ସହ ଆଧୁନିକତାର ସମ୍ମିଶ୍ରରେ ଖଣ୍ଡଗିରି ପାଦଦେଶ ପ୍ରକର୍ମ୍ପିତ ହେଉଥିବା ମେଳାର ମଜା ନେବେ ରାଜଧାନୀବାସୀ । ମାତ୍ର ଗୋଟିଏ ଦିନର ଅପେକ୍ଷା...

Argus Whatsapp Channel Mobile Top
Sponsored
khandagiri-mela-to-be-held-a-day-after-tomorrow | Argus News