Khandagiri / ଖଣ୍ଡଗିରି ଏମାନଙ୍କୁ ମନା: ନମାନିଲେ ଦୃଢ଼ କାଯ୍ୟାନୁଷ୍ଠାନ

Key Points
ମେଳାକୁ ଆସିବେ ୫୦୦ରୁ ଅଧିକ ସାଧୁସନ୍ଥ
ସନାତନୀ ସଂସ୍କୃତି ନୀତିରେ ହେବ ହୋମ ଯଜ୍ଞ
ଅନ୍ଧବିଶ୍ୱାସ, କୁସଂସ୍କାର ଓ ଭକ୍ତ ଶୋଷଣ ବିରୋଧରେ ନିଆଯିବ କଡ଼ା ପଦକ୍ଷେପ
ଆସନ୍ତା ୨୫ ତାରିଖ ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ପ୍ରସିଦ୍ଧ ମାଘ ମେଳା । ଆଉ ଏହି ମେଳାକୁ ପବିତ୍ରତା, ଶ୍ରଦ୍ଧା ଓ ଆସ୍ଥାର ମହୋତ୍ସବ ଭାବେ ରଖିବା ଉଦ୍ଦେଶ୍ୟରେ ବିଶ୍ଵ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କାହିଁକି ନା ଗତ କିଛିବର୍ଷମାନଙ୍କରେ କିଛି ତଥାକଥିତ ଭଣ୍ଡ ବାବାମାନେ ଖଣ୍ଡଗିରିକୁ ଆସୁଛନ୍ତି।
କିଏ କର୍କଟ ରୋଗ ଭଲ କରିବା ପାଇଁ ପାଣି ବୋତଲ ବ୍ୟବହାର କଥା କହି ଲୋକଙ୍କୁ ଭଣ୍ଡାଉ ଥିଲେ ତ ଆଉ କିଏ ବିଭୂତି ଦେଇ ରୋଗ ଭଲ କରିଦେଉଥିବା ଦାବି କରୁଥିଲେ । ଶ୍ରଦ୍ଧାଳୁମାନେ ଏମାନଙ୍କୁ ବିଶ୍ଵାସ ମଧ୍ୟ କରୁଥିଲେ, ପରେ ଅନେକ ଅସନ୍ତୋଷ ପ୍ରକାଶ କରୁଥିଲେ ।
ଏଭଳି କିଛି ଭଣ୍ଡବାବାଙ୍କ ପାଇଁ ପ୍ରସିଦ୍ଧ ଖଣ୍ଡଗିରି ମେଳାର ଗରିମା କ୍ଷୁର୍ଣ୍ଣ ହେବାରେ ଲାଗିଛି । ତେଣୁ ଖଣ୍ଡଗିରିରେ ଭଣ୍ଡ ବାବା ଉପରେ ଲାଗିଛି ରୋକ୍ । ଏହି ବିଷୟରେ କଡ଼ା ନଜର ରଖିବା ସହ ପ୍ରଶାସନ ସହ ସମନ୍ୱୟରେ କାମ କରିବ କମିଟି । ଯଦି କୌଣସି ବ୍ୟକ୍ତି ଏଭଳି ଅନୈତିକ କିମ୍ବା ଭ୍ରମକାରୀ କାର୍ଯ୍ୟରେ ଜଡ଼ିତ ଥିବା ଦେଖାଯାଏ, ତେବେ ତୁରନ୍ତ ପ୍ରଶାସନକୁ ଅବଗତ କରାଯିବ ଏବଂ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ । ଆଉ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଦୀର୍ଘ ୩୩ ବର୍ଷା ଧରି ଖଣ୍ଡଗିରି କୁମ୍ଭମେଳାକୁ ଆସୁଥିବା ହରି ଓମ୍ ବାବା ।
ଅନ୍ୟପଟେ ୫୦୦ ରୁ ଅଧିକ ସାଧୁ, ଯୋଗୀ ଖଣ୍ଡଗିରିକୁ ଆସିବେ । ସେମାନଙ୍କ ରହଣି, ଖାଇବା, ସ୍ନାନ, ଶୌଚ ଓ ଉପାସନା ପାଇଁ ଆଗୁଆ ବନ୍ଦୋବସ୍ତ ସହ ଏଥର ଅଶ୍ଳୀଳତାକୁ ମଧ୍ୟ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା । ପୂର୍ବ ବର୍ଷମାନଙ୍କରେ ଯାତ୍ରା ମଞ୍ଚ ତଳେ ୫ ହଜାର ଚୌକି ପଡ଼ୁଥିଲା, ହେଲେ ଏଥରକ ତାହାର ଅଧା ଅର୍ଥାତ ଅଢେଇ ହଜାର ଚୌକି ପଡ଼ିବ ।
ଯାତ୍ରା ପରିବେଷଣ ବେଳେ ଦର୍ଶକମାନେ ଯେପରି ବସିବା ଓ ଯାତାୟାତରେ କୌଣସି ବାଧକ ନଆସିବ ସେ ଦିଗରେ ଗୁରୁତ୍ୱ ଦିଆଯିବ । ପୂର୍ବରୁ ବିଏମସି ବୈଠକରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ଜୋର ଦିଆଯାଇଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ।
ମାଘ ସପ୍ତମୀରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ ଅର୍ଥାତ୍ ୯ ଦିନ ଧରି ଖଣ୍ଡଗିରିରେ ତପ ଜପ । ଆଧ୍ୟାତ୍ମିକ ପରିବେଶ ସହ ଆଧୁନିକତାର ସମ୍ମିଶ୍ରରେ ଖଣ୍ଡଗିରି ପାଦଦେଶ ପ୍ରକର୍ମ୍ପିତ ହେବ, ଆଉ ମେଳାର ମଜା ନେବେ ରାଜଧାନୀବାସୀ ।
📱 Get Argus News App
✨Related Topics
Explore more stories