ଲାଞ୍ଚ ନେବା ଘଟଣାରେ ଖଣ୍ଡଗିରି ସବ ରେଜିଷ୍ଟ୍ରର ବିଶ୍ଵଜିତ ପ୍ରଧାନ ନିଲମ୍ବିତ
·1 year ago

ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ପାଇଁ ହାତ ଗୁଞ୍ଜା ନେବା ଘଟଣାରେ ନିଲମ୍ବିତ ସବ ରେଜିଷ୍ଟ୍ରାର। ଖଣ୍ଡଗିରି ସବ ରେଜିଷ୍ଟ୍ରର ବିଶ୍ବଜିତ ପ୍ରଧାନଙ୍କ ନିଲମ୍ବନ ନେଇ ବିଜ୍ଞପ୍ତି ଜାରି କଲା ରାଜସ୍ଵ ବିଭାଗ। ନିଲମ୍ବନ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବେ ବିଶ୍ଵଜିତଙ୍କ ହେଡକ୍ଵାର୍ଟର୍ସ। ବିନା ଅନୁମତିରେ ହେଡକ୍ଵାର୍ଟର୍ସ ନ ଛାଡିବାକୁ ବିଭାଗର ନିର୍ଦ୍ଦେଶ।
ଗତ ଡିସେମ୍ବର 9 ତାରିଖରେ ଖଣ୍ଡଗିରି ସବରେଜିଷ୍ଟର ଅଫିସର କିରାଣୀ ଦେବଯାନୀ କର ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରା ପଡ଼ିଥିଲେ । ପରେ ତାଙ୍କ ଘର ସର୍ଚ୍ଚ ବେଳେ ୧୫ ଲକ୍ଷ ଟଙ୍କା ମିଳିଥିଲା । ବିଭାଗର ସ୍କାନରରେ ଲାଞ୍ଚ ନେଉଥିବା ଆଉ କିଛି ସବରେଜିଷ୍ଟରଙ୍କ ନାଁ ଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: