Videos
|
Odisha

ଖାନନଗରରେ ବ୍ରିଜ ଅଘଟଣ, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

Smruti Parija
Browse all articles by Smruti Parija
·1 year ago
ଖାନନଗରରେ ବ୍ରିଜ ଅଘଟଣ, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

କଟକ ଖାନନଗରରେ ବ୍ରିଜ ନିର୍ମାଣ ସମୟରେ ସ୍ଲାବ ଭୁଶୁଡ଼ିବା ଘଟଣାରେ ଆଉ ଜଣେ ଶ୍ରମିକଙ୍କର ମୃତ୍ୟୁ । ମୃତକ ହେଲେ ସୌମ୍ୟରଞ୍ଜନ ବେହେରା, ଶିବ ଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ । ଅନ୍ୟ ଦୁଇ ଗୁରୁତରଙ୍କର କଟକ ବଡ ମେଡିକାଲରେ ଚାଲିଛି ଚିକିତ୍ସା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିମ୍ ଉଠାଇବାବେଳେ ଭାଙ୍ଗିପଡିଲା କ୍ରେନ । ସ୍ଲାବ୍ ତଳେ ଚାପି ହୋଇ 3 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନିର୍ମାଣଧୀନ ବ୍ରିଜ ଉପରେ କ୍ରେନ ମାଧ୍ୟମରେ ପିଲର ଉଠାଉଥିବାବେଳେ ଖସିପଡିଥିଲା ପିଲାର୍ । ପିଲର ତଳେ ଚାପି ହୋଇ ପ୍ରଥମେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର ।

khannagar-bridge-collapse-death-toll-rises-to-3 | Argus News