Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାନ୍‌ନଗର ବ୍ରିଜ ଅଘଟଣ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍

Odisha

ଖାନ୍‌ନଗର ବ୍ରିଜ ଅଘଟଣ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖାନ୍‌ନଗର ବ୍ରିଜ ଅଘଟଣ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି  ସିଏମ୍

କଟକ ଖାନ୍‌ନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ ଘଟଣା। ଦୁଃଖ ପ୍ରକାଶ ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
ସେପଟେ ଏସ୍‌ସିବି ମେଡିକାଲରେ ଗୁରୁତର ଶ୍ରମିକଙ୍କୁ ଭେଟିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।


ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ଏନେଇ ଏକ ୩ ଜଣିଆ ଟେକ୍ନିକାଲ ଟିମ୍ ଗଠନ କରାଯିବ। ଏଥିରେ ପୂର୍ତ୍ତ ବିଭାଗ ସ୍ଵତନ୍ତ୍ର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଓ ଏଡିଏମ୍ ସାମିଲ ରହିବେ। ଘଟଣାର ରିପୋର୍ଟ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଗତକାଲି ଅପରାହ୍ନରେ ବ୍ରିଜ ନିର୍ମାଣ ସମୟରେ କ୍ରେନ୍ ଯୋଗେ ସ୍ଲାବ ଉଠାଯାଉଥିବା ବେଳେ ଖସିପଡିଥିଲା ସ୍ଲାବ । ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା। ମୃତକ ମାନେ ହେଲେ ସୌମ୍ୟରଞ୍ଜନ ବେହେରା, ଶିବ ଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ। ଅନ୍ୟ ୨ ଶ୍ରମିକଙ୍କ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଚିକିତ୍ସା ଚାଲିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
khannagar-bridge-incident-cm-orders-investigation-into-the-incident | Argus News